ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଦିଲ୍ଲୀ ଜୁହାର ପରିବାର ଇ-ନୂଆଁଖାଇ ପରବ ପାଳିତ

ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ର : ପ୍ରଖ୍ୟାତ ବାନ୍ଧକଳା ବିଶେଷଜ୍ଞ ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୁହାର ସମ୍ମାନ-୨୦୨୦
ନୂଆଦିଲ୍ଲୀ : ଉତ୍ସାହ ଆଉ ଉଦ୍ଦୀପନା ମଧ୍ୟରେ ଆଜି ଜୁହାର ପରିବାର ନୂଆଦିଲ୍ଲୀର ଇ-ନୂଆଁଖାଇ ପରବ ପାଳିତ ହୋଇ ଯାଇଛି । ଏ ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲେ । ପ୍ରଥମେ ମା ସମଲେଶ୍ୱରୀଙ୍କ ନିକଟରେ ବିଶେଷ ପୂଜା ପରେ କାର୍ୟ୍ୟକ୍ରମ ଆରମ୍ଭ ହେଇଥିଲା ।

ନିଜ ଅଭିଭାଷଣ ରେ ଡ଼. ମିଶ୍ର କହିଲେ ଯେ ବର୍ତମାନ ପୁରା ବିଶ୍ୱ କୋରାନଓରେ କବଳିତ ହେଉଛି ଓ ଭାରତ ମଧ୍ୟ ଏହି ମହାମାରୀରେ ପ୍ରଭାବିତ ହୋଇଛି ଓ ସେ କହିଲେ ଯେ, ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଓ ସାବଧାନ ରୁହନ୍ତୁ । ଏହି ମହାମାରୀରୁ ଭାରତକୁ ମୁକ୍ତ କରିବାର ସବୁ ଉଦ୍ୟମ ଜାରି ରହିଛି ଓ ଦେଶ ନିଶ୍ଚିତ ରୂପେ ଏହି ସଙ୍କଟରୁ ମୁକ୍ତ ହେବ ।


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସାରା ଦୁନିଆଁ ପାଇଁ ଏହା ଏକ ପରୀକ୍ଷାର ସମୟ ଓ ସମସ୍ତେ ନିୟମ ମାନି ଚାଲନ୍ତୁ । ଜୁହାର ପରିବାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୋଟିଏ ପ୍ରେସର ଗୃପ ଭାବରେ କାମ କରୁ ବୋଲି ମଧ୍ୟ ସେ କହିଥିଲେ ।
ଏ ଅବସରରେ ପ୍ରଖ୍ୟାତ ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେରଙ୍କୁ ଶ୍ରୀ ପ୍ରଧାନ ଜୁହାର ସମ୍ମାନ-୨୦୨୦ରେ ସମ୍ମାନିତ କରିଥିଲେ । ମନ୍ତ୍ରୀ ଅନୁଷ୍ଠାନର ବାର୍ଷିକ ସ୍ମରଣିକା ଜୁହାର ସୁରତଓକୁ ଉନ୍ମୋଚନ କରିଥିଲେ ।
ବରଗଡ଼ ସାଂସଦ ସୁରେଶ ପୂଜାରୀ, ଚଳଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ର. କେଶରଞ୍ଜନ ପ୍ରଧାନ, ଡ଼. ତପସ୍ୱିନୀ ଗୁରୁ, ଡ଼. ଦ୍ୱାରିକା ନାଥ ନାୟକ, ଘାସିରାମ ମିଶ୍ର, ଶ୍ୟାମ ସୁନ୍ଦର ଜାଲ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ ।
ଏ ଅବସରରେ ଦୁଲାବିହା ସାଂସ୍କୃତିକ ଅନୁଷ୍ଠାନ ଘେଁସ ଝୁମେର ନାଚ ଓ ସାରଂଗୀ ପରିବେଷଣ କରିଥିଲେ । ପଦ୍ମଶ୍ରୀ ହଳଧର ନାଗ, ଝାରସୁଗୁଡାର ଭକ୍ତ ବାବୁ ଓ ତାଙ୍କ ପରିବାର, ବଂକିମ ପଟେଲ, ନୁର ବେଗମ, ପ୍ରତିତୀ ମିଶ୍ର, ପ୍ରଭାସ ପତୀ, ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ବିଗତ ବର୍ଷମାନଙ୍କରେ ଜୁହାର ନୂଆଖାଇ ପରବରେ ପରିବେଷିତ ନୃତ୍ୟ ଗୀତକୁ ମଧ୍ୟ ଡିଜିଟାଲ ମାଧ୍ୟମରେ ପରିବେଷଣ କରାଯାଇଥିଲା । କାର୍ୟ୍ୟକ୍ରମରେ ବହୁ ବରିଷ୍ଠ ପ୍ରଶାସକ, ଶିକ୍ଷାବିତ, ସଂସ୍କୃତିପ୍ରେମୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।


ଜୁହାର ପରିବାରର ରଞ୍ଜନ ପ୍ରଧାନ, ବିଜୟାନନ୍ଦ ନାୟକ, ବିଜୟ ତ୍ରିପାଠୀ, ସୁନୀଲ ପଟେଲ, ବାସୁଦେବ ତ୍ରିପାଠୀ, ଓଁପ୍ରକାଶ ରାଉତ, ଅନୁପମ ମିଶ୍ର, ଗଜେନ୍ଦ୍ର ସାହୁ, ଜଗଦୀଶ ପଟେଲ, ପିନାକୀ ପ୍ରସାଦ ରଥ, ବିବେକ ପାତ୍ର, ଦେବଦତ୍ତ ଦାସ, ସର୍ବେଶ୍ୱର ପଧାନ, ଦେବାଶିଷ ମାଝୀ, ମହେଶ ଠାକୁର, ସନ୍ଦୀପ ନାୟକ, ରାଜକୁମାର, ଚନ୍ଦ୍ରଶେଖର ପାଢ଼ୀ ପ୍ରମୁଖ କାର୍ୟ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.