ଦେଶରୁ କରୋନା ନିରାକରଣ ପାଇଁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମୂହ ଦୀପଦାନ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍‌ରେ ସଂଧ୍ୟା ୭ଘଟିକା ସମୟରେ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମରେ ଥିବା ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଅନୁଷ୍ଠାନର ସଭାପତି ଶ୍ରମିକ ନେତା ସମାଜସେବୀ ଇଂ ଅଶୋକ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଓ ଦେଶରୁ କରୋନା ନିରାକରଣ ପାଇଁ ସମୂହ ଦୀପଦାନ ପର୍ବ ସରକାରଙ୍କ କୋଭିଡ୍‌ -୧୯ ନିୟମ ମାନି ନିରାଡମ୍ବର ଭାବେ ଭିଡିଓକନଫରେନ୍ସି ମାଧ୍ୟମରେ ପାଳନ ହୋଇଯାଇଛି । ଉକ୍ତ ସଭାରେ ଅନୁଷ୍ଠାନର ପରାର୍ମଶଦାତା ବୋର୍ଡ ଅଫ୍‌ ରେଭିନ୍ୟୁର ଅବସରପ୍ରାପ୍ତ ସେକ୍ସନ୍‌ ଅଫିସର୍‌ ଉର୍ମିଳା ମହାନ୍ତି, ଅବସରପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶଙ୍କର୍ଷଣ ସେନାପତି, ୪୨ମୌଜା ଯାଦବ ମହାସଭାର ସଭାପତି ବୁଲେଇ ବେହେରା, ପୂର୍ବତନ ସମିତି ସଭ୍ୟ ବିନୋଦ ବେହେରା, ୬ନଂ ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ବୀରବର ଲେଙ୍କା, ଝାରକଟା ପଂଚାୟତର ସରପଂଚ ପ୍ରତିନିଧି ଜୟନ୍ତ କୁମାର ଦାସ, ବରିଷ୍ଠ ସଭ୍ୟ ଜ୍ୟୋତିରଂଜନ ଦାସ, ଯଚିନ୍ଦ୍ରନାଥ ବେହେରା, ତ୍ରିଲୋଚନ ବାରିକ, ପିତବାସ ସାହୁ, ସାଇମନ୍ଦିର ପୂଜକ ଶିବପ୍ରସାଦ ପଣ୍ଡା, ବାସନ୍ତୀ ସାହୁ, ଶ୍ରାବନ୍ତିକା ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ଦେଶପାଇଁ ବଳିଦାନ ଦେଇଥିବା କରୋନା ଯୋଦ୍ଧା, ଅନ୍ୟ ବିଭାଗରେ କାର୍ଯ୍ୟରତ ସହିଦ୍‌ ମହାନବ୍ୟକ୍ତିତ୍ୱ ଓ ବରିଷ୍ଠ ସାମ୍ବାଦିକମାନଙ୍କର ବିୟୋଗରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ନାମଯଜ୍ଞ ଓ ଭଗବାନଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି । ଭିଡିଓ କନଫରେନ୍ସିରେ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାସ ବର୍ତମାନ ମହାମାରୀରୁ ରକ୍ଷା ପାଇବା ପାଇଁ କୋଭିଡ୍‌ ନିୟମ ମାନି ଚଳିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ପରେ ସଭାରେ ଅନୁଷ୍ଠାନର ସମ୍ପାଦକ ତାଙ୍କ ବକ୍ତବ୍ୟରେ ଆମ ଜନପ୍ରିୟ ମୁଖ୍ୟମନ୍ତ୍ରୀ କରୋନା ନିରାକରଣ ପାଇଁ ଦେଇଥିବା ଆହ୍ୱାନ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଓ ଅନ୍ୟକୁ ସୁସ୍ଥ ରଖିବାକୁ ସାହାଯ୍ୟ କରନ୍ତୁ, ଭଗବାନଙ୍କ ଦୟାରୁ ଯଥା ଶୀଘ୍ର କରୋନାର ପ୍ରକୋପ କମିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ମହାନ୍ତି ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.