jayashree

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୨୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ

  • ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୪ କୋଟି ଡୋଜ ଉପଲବ୍ଧ ଅଛି

ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏହାସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସିଧାସଳଖ ଟିକା ଖରିଦ କରିବାରେ ଭାରତ ସରକାର ସାହାଯ୍ୟ କରୁଛନ୍ତି । ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଭିନ୍ନ ଅଙ୍ଗ ।

ମଇ ୧, ୨୦୨୧ରୁ କୋଭିଡ- ୧୯ ଟିକାକରଣର ଉଦାର ଓ ତ୍ୱରିତ ତୃତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି ।

ଏହି ରଣନୀତି ଅନୁଯାୟୀ ପ୍ରତିମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦ ପ୍ରତିଶତ ଭାରତ ସରକାର କିଣିବେ । ଭାରତ ସରକାର ପୂର୍ବଭଳି ଏହି ଟିକା ଡୋଜଗୁଡିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।

ଉଭୟ ବିନା ମୂଲ୍ୟରେ ଓ ସିଧାସଳଖ ଖରିଦ କରି ଭାରତ ସରକାର ଏପର୍ୟ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୨୨ କୋଟିରୁ ଅଧିକ (୨୨,୧୬,୧୧,୯୪୦)ଟିକା ଡୋଜ ପ୍ରଦାନ କରିଛନ୍ତି । ଏଥିରୁ ନଷ୍ଟ ହୋଇଥିବା ଟିକାକୁ ମିଶାଇ ୨୦,୧୭,୫୯,୭୬୮ ଡୋଜ (ଗତ କାଲି ସକାଳ ୮ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୪ କୋଟି ଡୋଜ ଉପଲବ୍ଧ ଅଛି ।

ଏହାବ୍ୟତୀତ, ୧୧ ଲକ୍ଷ (୧୧,୪୨,୬୩୦) ଟିକା ଡୋଜ ପ୍ରକ୍ରିୟାରତ ଅଛି ଓ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯିବ ।

Leave A Reply

Your email address will not be published.