oom

ଫ୍ରେଣ୍ଡ୍‌ସ କ୍ଲବ ତରଫରୁ ଅକ୍ସିମିଟର ଓ କିଟ୍‌ ବଣ୍ଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମିତଙ୍କ ଅକ୍ସିଜେନ ହଠାତ ଖସି ଯାଉଛି । ଠିକଣା ସମୟରେ ଏହାର ଯାଞ୍ଚ ହୋଇ ଅକ୍ସିଜେନ ଦିଆଯାଇ ନପାରିଲେ ସଂକ୍ରମିତଙ୍କ ଜିବନ ପ୍ରତି ବିପଦ ସୃଷ୍ଟି ହେଉଛି । ଅକ୍ସିମିଟର ପର୍ଯ୍ୟାପ୍ତ ସଂଖ୍ୟାରେ ନଥିବାରୁ ରୋଗୀଙ୍କ ଅକ୍ସିଜେନ ସ୍ତର ଜାଣିବାରେ ଅସୁବିଧା ହେଉଛି । ଏହାକୁ ଲକ୍ଷ କରି ଆଜି ବଲାଙ୍ଗିର ଫ୍ରେଣ୍ଡ୍‌ସ କ୍ଲବ ତରଫରୁ ସ୍ଥାନୀୟ କୋଭିଡ୍‌ କେଆର ସେନ୍ଟରରେ ୪୦ ଗୋଟି ଅକ୍ସିମିଟର ଓ କରୋନା କିଟ୍‌ ବଣ୍ଟନ କରାଯାଇଛି । ପ୍ରତି କିଟ୍‌ ରେ ମାସ୍କ, ସେନିଟାଇଜର୍‌, ଓଆରଏସ୍‌, ବିସ୍କୁଟ, ଚକଲେଟ୍‌ ସମେତ ଅନ୍ୟାନ୍ୟ ଖାଦ୍ୟ ଦ୍ରବ୍ୟ ରହିଛି । ବଲାଙ୍ଗିର ସିଡିଏମଓ ଭୀମ ସାହୁ, ଡାକ୍ତର ଗିରିଜା ଉଦଗାତା, ଡାକ୍ତର ରଶ୍ମୀ ରଞ୍ଜନ ଷଢଙ୍ଗୀ, ହସପିଟାଲ ମ୍ୟାନେଜର ପ୍ରତ୍ୟୁଶ ପଟ୍ଟନାୟକ, ସୁଦୀପ କରଙ୍କ ଉପସ୍ଥିତିରେ ଫ୍ରେଣ୍ଡ୍‌ସ କ୍ଲବର ଲୋଟଷ ଷଢଙ୍ଗି, ଜଗନ୍ନାଥ ମିଶ୍ର, ସନ୍ତୋଷ ପାଢି, ପବିତ୍ର ଖୂଣ୍ଟିଆ, ମଧୂ ବନଛୋର, ସନତ ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ବାବୁ ହୋତା, ପ୍ରଦୀପ ସିଂ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ପ୍ରଦୀପ ଯୋଷୀ ପ୍ରମୂଖ ଉପସ୍ଥିତ ରହି ଅକ୍ସିମିଟର ଓ କିଟ ବଣ୍ଟନ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ କରୋନା କେଆର ସେନ୍ଟରକୁ ୪୦ ଟି କରୋନା କିଟ ଯୋଗାଯାଇଛି । ଆଗକୁ ଅବଶ୍ୟକ ହେଲେ ଆହୁରି ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଫ୍ରେଣ୍ଡ୍‌ସ କ୍ଲବର ଲୋଟଷ ଷଢଙ୍ଗି କହିଛନ୍ତି ।

jittmm
Leave A Reply

Your email address will not be published.