ବ୍ରହ୍ମପୁର, (କେପିଏନ୍ଏସ୍) : ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ପଣ୍ଡା କଲୋନୀ ଠାରେ ରହିଥିବା ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ମଙ୍ଗଳବାର ଦିନ ଗରିବ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଗତ ମଇ ୧୪ ତାରିଖରୁ ଏଭଳି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ପ୍ରତିଦିନ ପ୍ରାୟ ୧୫୦ ଜଣରୁ ଉଦ୍ଧ୍ୱର୍ ଅସହାୟ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଉଥିବା ଭାଗବତ ଟୁଙ୍ଗିର ପ୍ରତିଷ୍ଠାତା ସୁଜନ ଶୁକ୍ଳା କହିଛନ୍ତି । ଏଥିସହ ସହରରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରାଯାଉଛି । ଏଭଳି କାର୍ଯ୍ୟକ୍ରମ ଲକ୍ଡ଼ାଉନ୍ ଶେଷ ହେବା ଯାଏଁ ଜାରି ରହିବ ବୋଲି ଭାଗବତ ଟୁଙ୍ଗି ପ୍ରତିଷ୍ଠାତା ସୂଚନା ଦେଇଛନ୍ତି । ଏଥିରେ ନବୀନର ସମ୍ପାଦକ ରବି ରଥ, ପ୍ରକାଶିକା ମଞ୍ଜୁ ରଥ, ସନ୍ତୋଷ ସାହୁ, ମଳୟ ବିଷେ।ୟୀ, ସୁବାଷ ବେହେରା, ଇଂ.ଅପୂର୍ବ ପଟ୍ଟନାୟକ, ଦେବାଶିଷ ପାତ୍ର, ଏସ.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Prev Post