csstore

ଆଜି ବଲାଙ୍ଗିର ଜିଲ୍ଲାରେ ୧୪୨ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୮୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୪୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଇନ୍ଦିରାନଗରରୁ ୩, ତାଲପାଲିପଡ଼ାରୁ ୪, ତୁଲସୀନଗରରୁ ୬, ରାଜେନ୍ଦ୍ରପଡ଼ାରୁ ୪, ରାଧାରାଣୀପଡ଼ାରୁ ୨, ପେଲେସ୍‌ ଲାଇନ୍‌ରୁ ୧, ଶାନ୍ତିପଡ଼ାରୁ ୧୧, ଆନନ୍ଦନଗରରୁ ୩, ବ୍ରାହ୍ମଣପଡ଼ାରୁ ୭, ଗାନ୍ଧୀନଗରପଡ଼ାରୁ ୭, ମାଲପଡ଼ାରୁ ୨, ଓଲ୍‌ଡ଼ ପେଲେସ୍‌ ଲାଇନ୍‌ରୁ ୬, ରେଡ଼ିଓ ଷ୍ଟେସନ୍‌ରୁ ୧, ଟିକ୍ରାପଡ଼ାରୁ ୩, ସୁଦ୍‌ପଡ଼ାରୁ ୨, ଆଦର୍ଶପଡ଼ାରୁ ୧, ଗୋପାଲଜୀ ମନ୍ଦିରରୁ ୧, ଆର୍‌ଟିଓ ଛକରୁ ୧, ସାଲେପାଲିରୁ ୨, ରୁଗୁଡ଼ିପଡ଼ାରୁ ୨, ରିଜର୍ଭପୋଲିସ୍‌ରୁ ୧, ବେହେରାପାଲିରୁ ୧, ପ୍ରତାପସାଗରପଡ଼ାରୁ ୧, ଖଦାଲପଡ଼ାରୁ ୧, ବିବିଏମ୍‌ସିଏଚ୍‌ରୁ ୩, ପ୍ରସନ୍ନବିହାରରୁ ୧, ଭଗବତୀନଗରରୁ ୧, କଦମପଡ଼ାରୁ ୨, ପାଟ୍‌ନାଛକରୁ ୧, ଏବିଏସ୍‌ଏସ୍‌ ରୋଡ଼୍‌ରୁ ୧, କଲେଜ ଛକରୁ ୧, ବରପାଲିପଡ଼ାରୁ ୧, ଲାଲଟିକ୍ରାରୁ ୧, ଆଦର୍ଶପଡ଼ାରୁ ୧, ସାଗର କଲୋନୀରୁ ୧ ଜଣ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ସେହିପରି ଗ୍ରମାଂଚଳରୁ ବଲାଙ୍ଗିର ବ୍ଲକ୍‌ରୁ ୩, ଖପ୍ରାଖୋଲ ବ୍ଲକ୍‌ ଓଡ଼ିଆପାଲିରୁ ୧, ଲୋଇସିଂହା ବ୍ଲକ୍‌ ହୀରାପୁରରୁ ୧, ପାଟଣାଗଡ଼ ବ୍ଲକ୍‌ ଝୁଲେନବାରରୁ ୧, ପୁଇଁନ୍ତଲା ବ୍ଲକ୍‌ ଲଖପାଲିରୁ ୧, ଗଇଁନ୍ତଲାରୁ ୧, କାଲିଘନାରୁ ୧, ଲାଦେରବାହାଲରୁ ୧, ଭାଲେରରୁ ୧, ସଇଁନ୍ତଲା ବ୍ଲକ୍‌ ଅର୍‌ଡ଼ିନାନ୍ସ ହସ୍‌ପିଟାଲ୍‌ରୁ ୧୧, ବରଗାଁରୁ ୧, ଟିକ୍ରାପଡ଼ାରୁ ୧, ଲୋଇସିଂହା ବ୍ଲକ୍‌ ଜିଏସ୍‌ ଡୁଙ୍ଗୁରିପାଲିରୁ ୧, ଗୁଡ଼ଭେଲା ବ୍ଲକ୍‌ ବାଲବେଙ୍କରୁ ୧, ସଇଁନ୍ତଲା ବ୍ଲକ୍‌ ମହଗାଁରୁ ୧, ପୁଇଁନ୍ତଲା ବ୍ଲକ୍‌ ବାହାଲବୁକାରୁ ୧, ପାଟଣାଗଡ଼ ବ୍ଲକ୍‌ ଉଲ୍‌ବାରୁ ୧, ସଇଁନ୍ତଲା ବ୍ଲକ୍‌ କନ୍ଧକେଲ୍‌ଗାଁରୁ ୧, ଲୋଇସିଂହା ବ୍ଲକ୍‌ ଲରହାମୁଣ୍ଡାରୁ ୧, ପୁଇଁନ୍ତଲାରୁ ୧, ସଇଁନ୍ତଲା ବ୍ଲକ୍‌ ବଡ଼ମାଲରୁ ୩, ଲୋଇସିଂହାରୁ ୧, ସଇଁନ୍ତଲାରୁ ୧, ଦେଓଗାଁ ବ୍ଲକ୍‌ ବଡ଼ବାହାଲରୁ ୧, ସାଗରପାଲିରୁ ୧, ବଲାଙ୍ଗିର ବ୍ଲକ୍‌ ସାନତେଲେନପାଲିରୁ ୧, ରିନବଚନ୍‌ରୁ ୧, ପାଟଣାଗଡ଼ ଏନ୍‌ଏସି.ରୁ ୧ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଆଜି ୩ ଜଣ ପୁରୁଷ ଓ ୨ ଜଣ ମହିଳା କୋଭିଡ଼୍‌ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜିର ବଲାଙ୍ଗିର ଜିଲ୍ଲା ରିପୋର୍ଟରେ ୫ ଜଣ ଅନ୍ୟ ଜିଲ୍ଲାର ଆକ୍ରାନ୍ତ ମଧ୍ୟ ସାମିଲ୍‌ ରହିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ୨୮୬୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣଙ୍କ ପ୍ରାଣହାନୀ ଘଟିଛି । ୧୯୩୦ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

jayashree
Leave A Reply

Your email address will not be published.