jayashree

ଶେରଗଡ ଅଞ୍ଚଳରେ ରାତ୍ରୀକାଳୀନ ଚଢାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ରାତିରେ ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳରେ ରାତ୍ରିକାଳୀନ ଚଢ଼ାଉ ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଶେରଗଡ଼ ତହସିଲଦାର ସଦଳ ବଳେ ବିଭିନ୍ନ ସ୍ଥାନରେ ଚଢାଉ କରି କୋଭିଡ଼ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ଢେଙ୍କିଶାଳ, ଶେରଗଡ ଓ ଖମାରଗାଁରେ ଗତକାଲି ସନ୍ଧ୍ୟାରେ ଚଢାଉ କରି ବିଭିନ୍ନ ରାସନ ସାମଗ୍ରୀ ଦୋକାନ, ଜଳଖିଆ ଦୋକାନ ଉପରେ ଚଢାଉ କରି ଚାରୋଟି ଦୋକାନକୁ ସିଲ୍ କରାଯାଇଛି ଏବଂ ସେମାନଂକ ଠାରୁ ୨ ହଜାର ଟଙ୍କା ଯାଏଁ ଜୋରିମାନା ଆଦାୟ କରିଛନ୍ତି । ଏହା ବ୍ୟତିତ ଅମାନିଆ ବାଇକ୍ ଚାଳକମାନଙ୍କୁ ତାଗିଦ କରି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.