lika

ଖବର ପ୍ରସାରଣ ପରେ ମନୋଜର ଚିକିତ୍ସା ପାଇଁ ତହସିଲଦାରଙ୍କ ପକ୍ଷରୁ ସହାୟତା ପ୍ରଦାନ

gbag

ଡେଲାଙ୍ଗ, (ଦିଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ପଂଚାୟତ ଗଙ୍ଗପୁରପାଟଣା ଗ୍ରାମର ମନୋଜ ବଡଜେନା(୩୬) ଆଜକୁ ପ୍ରାୟ ୬ମାସ ହେଲା ଯକୃତ ଜନିତ ରୋଗରେ ପୀଡିତ ରହି ଶର୍ଯ୍ୟାସାଇ ହୋଇ ଘରେ ପଡିଥିବା ଏବଂ ତାଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ଆଜି ମନୋଜଙ୍କ ବାପା ଦିନବନ୍ଧୁ ବଡଜେନାଙ୍କୁ ତହସିଲଦାର ମହେନ୍ଦ୍ର ବଢେଇ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟକୁ ଡକାଇ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାର ଚିକତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶିର ଚେକ୍‌ ପ୍ରଦାନ କରିଥିଲେ । ସମସ୍ତ ଘଟଣା ବୁଝିବା ପରେ ତହସିଲାଦାର ମହେନ୍ଦ୍ର ବଢେଇ ନିଜ ଦରମା ଟଙ୍କାରୁ ୫ ହଜାର ଏବଂ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ୨ହଜାର ଟଙ୍କା ବ୍ୟକ୍ତିଗତ ଭାବେ ମନୋଜଙ୍କ ଚିକିତ୍ସା ପାଇଁ ବାପା ଦିନବନ୍ଧୁଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଓଡିଶା ମୋ ପରିବାର ବିଭାଗ ପକ୍ଷରୁ ମନୋଜଙ୍କ ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ଶ୍ରୀ ବଢେଇଙ୍କଠାରୁ ସୁଚନା ମିଳିଛି ।

babaa
Leave A Reply

Your email address will not be published.