୨ ଟିଏମ୍‌ସି ମନ୍ତ୍ରୀଙ୍କ ସମେତ ୪ ଜଣ ନେତା ଗିରଫ : ମମତା ବାନାର୍ଜୀ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଲେ

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨ ମନ୍ତ୍ରୀ, ୧ ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଆଜି ସକାଳେ ସିବିଆଇ ଟିଏମସି ମନ୍ତ୍ରୀ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର, ପୂର୍ବତନ ମନ୍ତ୍ରୀ ସୋଭାନ ଚାଟାର୍ଜୀଙ୍କୁ ଗିରଫ କରିଛି । ସେପଟେ ସିଏମ ମମତା ବାନାର୍ଜୀ ମଧ୍ୟ ସିବିଆଇ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି । ନାରଦା ମାମଲାରେ ସିବିଆଇ ଏହି ଚାରିଜଣଙ୍କୁ ପଚରା ଉଚରା କରିବ ବୋଲି ସୂଚନାରେ କୁହାଯାଇଛି ।

ସୂଚା ଅନୁସାରେ ସିବିଆଇ ଟିମ୍ ଆଜି ସକାଳେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଫିରହାଦ୍ ହାକିମଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଛି । ଏହି ସମୟରେ ସିବିଆଇ ଟିମ୍ ସହିତ ସିଆର୍‌ପିଏଫ୍‌ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ନାରଦା ମାମଲାରେ ସିବିଆଇ ଟିମ୍ ଫିରହାଦ୍ ହାକିମଙ୍କୁ ଗିରଫ କରିଥିôା କୁହାଯାଇଛି । ଏହା ବ୍ୟତୀତ ସିବିଆଇ ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ମନ୍ତ୍ରୀ ସୋଭାନ ଚାଟାର୍ଜୀଙ୍କୁ ମଧ୍ୟ ପଚରା ଉଚରା କରୁଛି । ଉଭୟଙ୍କୁ ମଧ୍ୟ ସିବିଆଇ କାର୍ୟ୍ୟାଳୟକୁ ଅଣାଯାଇଛି ।

Leave A Reply

Your email address will not be published.