oom

ଜିଓ ଟାୱାର ଅଛି ହେଲେ କାମ କରୁନି : ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବୀ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଞ୍ଚାୟତ ବୈରିକୁମାଠାରେ ଜିଓ ଟାୱାର ବସିବାର ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଫଳରେ ଜନସାଧାରଣ ନେଟୱର୍କ ସମସ୍ୟାକୁ ନେଇ ବହୁ ଅସୁବିଧାର ସମୁଖିନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ବିଏସଏନଏଲ ଟାୱାର ସାତ ସପନ ହୋଇଥିବା ବେଳେ ଜିଓ ହିଁ ସାହା ଭରସା ଥିବା ବେଳେ ଅଦ୍ୟାବଧି ସୁଦ୍ଧା କାର୍ଯ୍ୟକ୍ଷମ ହୋଇନଥିବା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠପଢ଼ିବାରୁ ବଞ୍ଚିତ ହେବା ସହ ଅନଲାଇନରେ ହେଉଥିବା ବିଭିନ୍ନ କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା କହିଛନ୍ତି । ଆଖପାଖ ଅଞ୍ଚଳ ଅପେକ୍ଷା ଏହି ଅଞ୍ଚଳଟି ଏକ ଅପହଞ୍ଚ ଇଲାକା ହୋଇଥିବାରୁ ଏହା ଏକ ସମସ୍ୟା ଘେରରେ ରହିଛି । ବିଶେଷ କରି ଜରୁରୀକାଳୀନ ପରିସ୍ଥିତି ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ବାହିନୀ ସହ ଯୋଗାଯୋଗ କରିବା ଅସମ୍ଭବ ହୋଇ ପଡୁଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଏହି ଗ୍ରାମରେ ଜିଓ ନେଟୱାର୍କ ସ୍ଥାପନ ହୋଇ ପାରିଲେ ଆଖପାଖ କେଳାପଡ଼ା, ଭୃଙ୍ଗିଯୋଡି ଭଳି ବିଭିନ୍ନ ଗ୍ରାମର ଶତାଧିକ ପଞ୍ଚାୟତ ବାସୀ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଏଣୁ ଏହି ଅଞ୍ଚଳ ପ୍ରତି ତୁରନ୍ତ ଜିଓ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାପିତ ହୋଇଥିବା ନେଟୱାର୍କକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.