ପୁଣି କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ : ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟ ନାରାୟର ରେଡ୍ଡୀ) : ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହେଉଥିଲା । ସେ ଓଡ଼ିଶା ଭାସ୍କର/କଳିଙ୍ଗ ଦର୍ପଣରେ କାର୍ଯ୍ୟରତ ଥିଲେ । କରୋନାରେ ସଂକ୍ରମିତ ହୋଇ ସ୍ୱର୍ଗତ ପାତ୍ର ବ୍ରହ୍ମପୁର ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳ ୭ଟା ୫୦ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.