ଦିଲ୍ଲୀରେ ଆଉ ଏକ ସପ୍ତାହ ପାଇଁ ଲକଡାଉନ୍ ବଢ଼ିଲା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ କୋଭିଡ -୧୯ ସଂକ୍ରମଣକୁ ରୋକିବା ପାଇଁ ଜାତୀୟ ରାଜଧାନୀରେ ପ୍ରଯୁଜ୍ୟ ଲକଡାଉନ ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ, ଏହି ସଂକ୍ରମଣର ମୁକାବିଲାରେ ମିଳିଥିବା ସଫଳତାକୁ ଲକ୍‌ଡ଼ାଉନ୍‌ ହଟାଇ ବିଫଳ କରାଯାଇପାରିବ ନାହିଁ । କେଜ୍ରିୱାଲ ଗୁରୁ ତେଗ ବାହାଦୂର (ଜିଟିବି) ଡାକ୍ତରଖାନା ପରିଦର୍ଶନ ସମୟରେ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କୋଭିଡ -୧୯ରୁ ସୁସ୍ଥ ହେବା ଦିଗରେ ଦିଲ୍ଲୀ ଏକ ଭଲ ସ୍ତରରେ ପହଞ୍ଚିଛି ।

ସେ କହିଛନ୍ତି, ଆମେ ଚାହୁଁନାହୁଁ ଗତ କିଛି ଦିନ ମଧ୍ୟରେ ମିଳିଥିବା ସଫଳତା ହଠାତ୍ ବିଫଳ ହେଉ, ତେଣୁ ଲକ୍ ଡାଉନ୍ ଅବଧି ଆଉ ଏକ ସପ୍ତାହ ପାଇଁ ଅର୍ଥାତ ମେ’ ୨୪ ସକାଳ ପାଞ୍ଚଟା ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.