ସାମୁଦ୍ରିକ ବାତ୍ୟା ‘ତୌକତେ’ର ଭୟଙ୍କର ରୂପ : ଗୋଆରେ ବିଦ୍ୟୁତ୍ ଯୋଗାଣ ଠପ୍‌, ଗୁଜୁରାଟରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଝଡ଼ର ସୂଚନା

ନୂଆଦିଲ୍ଲୀ : ଆରବ ସାଗରରେ ଘୂର୍ଣ୍ଣିବଳୟ ‘ତୌକତେ’ ଦ୍ୱାରା ଦକ୍ଷିଣ ଏବଂ ପଶ୍ଚିମ ଭାରତ ବହୁ ପରିମାଣରେ ପ୍ରଭାବିତ ହୋଇଛି । ରବିବାର ଦିନ ପ୍ରବଳ ପବନ ସହ ଗୋଆର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟରେ ଦିନସାରା ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ବର୍ଷା ହେତୁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ଠପ୍‌ ହୋଇପଡିଛି । ଏପର୍ୟ୍ୟନ୍ତ କୌଣସି ମୃତାହତ ହୋଇ ନ ଥିବା ଅଧିକାରୀ କହିଛନ୍ତି ।

ଗୋଆର ଶକ୍ତି ମନ୍ତ୍ରୀ ନୀଲେଶ କ୍ୟାବ୍ରାଲ କହିଛନ୍ତି ଯେ, ପ୍ରବଳ ପବନ ଯୋଗୁଁ ଗୋଆର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ପୋଲ ଉପୁଡ଼ି ଯାଇଛି । ୩୩ କେଭିର ଅନେକ ଉଚ୍ଚ ଟେନସନ୍ ତାର, ଯାହା ବିଦ୍ୟୁତ୍ ଯୋଗାଣ କରେ ତାହା ପ୍ରଭାବିତ ହୋଇଛି । ପଡୋଶୀ ମହାରାଷ୍ଟ୍ରରୁ ଗୋଆ ପର୍ୟ୍ୟନ୍ତ ବିଦ୍ୟୁତ ଯୋଗାଣ କରୁଥିବା ୨୨୦ କେଭି ଲାଇନ ମଧ୍ୟ ପ୍ରଭାବିତ ହୋଇଛି ।

ତେବେ ଗୁଜୁରାଟରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଝଡ଼ର ସୂଚନା ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.