ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ପଂଚାୟତ କୁଟୃପଲା ଗ୍ରାମର ସମାଜସେବୀ ଭୋଜରାଜ ପାତ୍ର(୬୦)ଙ୍କ କରୋନାରେ ଗତକାଲି ବଲାଙ୍ଗିର କୋଭିଡ଼ ହସପିଟାଲରେ ପରଲୋକ ହେଇଯାଇଛି । ସେଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ସ୍ୱର୍ଗତ ପାତ୍ର ମୋହନଗିରୀ ଏବଂ ସିଂହପୁର ଅଂଚଳର ଜଣେ ପରିଚିତ ବ୍ୟକ୍ତିତ୍ୱ ଥିଲେ । ସେ ପୂର୍ବରୁ ମୋହନଗିରୀ ସମବାୟ ସମିିତିର ସଭାପତି ରହିଥିବା ବେଳେ ସଂପ୍ରତି ସିଂହପୁର ପଂଚାୟତର ବିଜେଡ଼ି ସଭାପତି ଭାବରେ ଦାୟିତ୍ୱ ସଂପାଦନ କରୁଥିଲେ । ଏଥି ସହିତ ଗାଁରେ ଏକ ମନ୍ଦିର କରି ପୂଜାର୍ଚ୍ଚନା ମଧ୍ୟ କରୁଥିଲେ । ତାଙ୍କ ବିୟୋଗରେ ସିଂହପୁର ସରପଂଚ ବିଦ୍ୟାଧର ପାତ୍ରଙ୍କ ସମେତ ଅଂଚଳବାସୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏଠାରେ ସୂଚନା ଥାଉ କି, କରୋନାରେ ମୋହନଗିରୀ ଓ ସିଂହପୁର ଅଂଚଳରେ ପ୍ରାୟ କୋଡ଼ିଏ ଜଣ ମୃତ୍ୟୁ ମୁଖରେ ପଡ଼ିସାରିଲେଣି । ତେଣୁ ଏହି ଅଂଚଳରେ କରୋନା ଟେଷ୍ଠିଂ ଆରମ୍ଭ କରିବାକୁ ଦାବୀ ହେଉଛି ।