କୃଷି ବିଜ୍ଞାନ କେନ୍ଦ୍ରରର ବରିଷ୍ଠ ବୈଜ୍ଞାନିକ ଆଶିଷ ଦାଶ ଚାଲିଗଲେ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ସକାଳ ୯ଟାରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରର ପ୍ରୋଜେକ୍ଟ କୋଅଡିନେଟର ବରିଷ୍ଠ ବୈଜ୍ଞାନିକ ଆଶିଷ ଦାସ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏକ ଘରୋଇ ହସପିଟାଲରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଦୀର୍ଘ ଆଠ ବର୍ଷ ହେଲା ସେ ସପରିବାର ବଲାଙ୍ଗିର ଶାନ୍ତିପଡ଼ାରେ ରହି ଆସୁଥିଲେ । ସେ ଜଣେ ଶାନ୍ତ, ସରଳ ଓ ଭଦ୍ର ସରକାରୀ କର୍ମଚାରୀ ଥିଲେ । ବଲାଙ୍ଗିରର ଚାଷୀ ମାନଙ୍କୁ ଚାଷ ସଂକ୍ରାନ୍ତୀୟ ଅନେକ ଗୁଡିଏ ପରାମର୍ଶ ଦେଇ ଚାଷୀ ମାନଙ୍କ ଉନ୍ନତି ଦିଗରେ ସେ ସହାୟକ ହେଉଥିଲେ । ତାଙ୍କ ବିୟୋଗରେ ତାଙ୍କ ସହକର୍ମୀ ଓ ଚାଷୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପତ୍ନୀ, ଏକମାତ୍ର ପୁଅ ଓ ଝିଅକୁ ଛାଡ଼ି ଦେଇ ସେ ଆରପାରିକୁ ଚାଲି ଯାଇଛନ୍ତି ।

Leave A Reply

Your email address will not be published.