ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ଭେଉଁରିଆ ପଞ୍ଚାୟତ ବୁଧାପାଲି ଗ୍ରାମର ସଦାନନ୍ଦ ନାଗ, ବିରଞ୍ଚି ଧରେଇ, ତୁଲାବତୀ ନେଗି, ବିରଞ୍ଚି ବାଗ, ମଧୁ ଧରେଇ ପ୍ରମୁଖ ଯୋଗ୍ୟ ହିତାଧିକାରୀ । ହେଲେ କର୍ମଚାରୀ ମାନଙ୍କ ଆନ୍ତରିକତା ନଥିବା ଯୋଗୁଁ ଏମାନେ ଆବାସ ଯୋଜନାରେ ଘର ପାଇବା ପାଇଁ ସ୍ୱପ୍ନ ଦେଖୁଥିବା କର୍ମଚାରୀଙ୍କ ସଲାସୁତୁରା ଧନୀକ ଶ୍ରେଣୀର ଲୋକେ ଲାଞ୍ଚ ଦେଇ ଆବାସ ହାତେଇ ନେଇଥିବା ଅଭିଯୋଗ ହେଉଛି । ଅନ୍ୟପଟେ ସରକାର କଚ୍ଚା ଘରକୁ ପକ୍କାଘର କରିବା ଡିଡିମ ପିଟୁଥିବା ବେଳେ ପ୍ରକୃତ ହିତାଧିକାରୀ ମାନେ ବଂଚିତ ହୋଇଛନ୍ତି । ହିତାଧିକାରୀ ଚୟନ ପ୍ରକିୟାରେ ପାତରଅନ୍ତର ନୀତି ଯୋଗୁଁ ଅସହାୟ ଗରିବ, ଆଦିବାସୀ ପରିବାରଙ୍କ ପାଇଁ ଯୋଜନା ଟି ଅପହଞ୍ଚ ହେଉଛି । ଆବାସ ଯୋଜନାରେ ଘର ପାଇବା ପାଇଁ ଆଶାୟୀଗଣ ଅନେକ ଥର ପଞ୍ଚାୟତ ଜନପ୍ରତିନିଧି, ବ୍ଳକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.