centurian jitm

ଶିକ୍ଷକଙ୍କୁ କରୋନା ସର୍ଭେ କାର୍ଯ୍ୟରୁ ନିବୃତ୍ତ ରଖିବା ସହିତ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ ପାଇଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଦାବୀ

nschool

କଳାହାଣ୍ଡି, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ଦିତ୍ୱୀୟ ଲହରରେ ଏବେ ବିଶ୍ୱବାସୀ ଅତିଷ୍ଠ ହୋଇ ପଡ଼ିଲେଣି । ପ୍ରତିଦିନ କରୋନା ସଂକ୍ରମଣ ଗ୍ରାଫ୍ ଉର୍ଦ୍ଧ୍ୱମୁଖୀ ହେଉଥିବା ଦେଖିବାକୁ ମିଳିଛି । ଗତ ଏକ ବର୍ଷରୁ ବେଶି ହେଲା କରୋନା ରୋଗ ତାର କାୟା ବିସ୍ତାର କରିଚାଲିଛି । ତେବେ ଏହି ସମୟ ମଧ୍ୟରେ କରୋନା ଜନିତ ପରିବାର ସର୍ଭେ ଭଳି ବିଭିନ୍ନ କାର୍ଯ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଉଛି । କିନ୍ତୁ ଶିକ୍ଷକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରାଯାଉନାହିଁ । ଏନେଇ ପ୍ରାଥମିକ ସଂଘ ଏକ ଦାବୀପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛି । ତେବେ ସଂଘ ତରଫରୁ କୁହଯାଇଛି ଯେ, ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗ ଦୈତଭାବରେ କାର୍ଯ୍ୟରେ ନିୟୋଜିତ ହେଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସମସ୍ତେ କରୋନା ଟୀକା ଅଗ୍ରାଧିକାର ଭିତ୍ତିରେ ପାଇ ସାରିଛନ୍ତି ଏବଂ ସେମାନଙ୍କୁ ପିପିଇ କିଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ (କରୋନା ପ୍ରତିହତ ପାଇଁ) ଯୋଗାଇ ଦିଆଯାଉଛି କିନ୍ତୁ ଶିକ୍ଷକମାନଙ୍କୁ ସେ ସବୁ କିଛି ସୁବିଧା ଦିଆଯାଇନାହିଁ । ଆଉ ୪୫ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଖୁବ କମ୍‌ ସଂଖ୍ୟାରେ ଏହି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । କିନ୍ତୁ ପିପିଇ କିଟଠାରୁ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଉନାହିଁ । ଶିକ୍ଷକ ସମାଜ ଦେଶର ଶିକ୍ଷା ଦିଗରେ ମେରୁଦଣ୍ଡ ହେଇଥିବା ବେଳେ ତାଙ୍କ ପ୍ରତି ଏଭଳି ମନୋଭାବକୁ ଶିକ୍ଷକ ସଂଘ ଏହି କାର୍ଯ୍ୟରୁ ସେମାନଙ୍କୁ ନିବୃତ୍ତ ରଖିବାକୁ ଦାବୀ କରିଛନ୍ତି । ସଂଘ ତରଫରୁ ସଂପାଦକ ବିରେନ୍ଦ୍ର କୁମାର ରଥ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁମାନା ଜାଫିଙ୍କୁ ଏନେଇ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.