ପୋଲାର୍ଡଙ୍କ ବିସ୍ପୋରକ ପାଳି ବଳରେ ଚେନ୍ନାଇକୁ ୪ ୱିକେଟରେ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୭ତମ ମ୍ୟାଚରେ ରୋମାଞ୍ଚକର ଭାବେ ମୁମ୍ବାଇ ଚେନ୍ନାଇକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଆଜି ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ସୁପରକିଙ୍ଗସ ଆରମ୍ଭରୁ ଋତୁରାଜ ଗାଇକ୍ୱାଡଙ୍କ ଓ୍ବିକେଟ ହରାଇଥିଲେ ମଧ୍ୟ ଫାଫ ଡୁ ପ୍ଲେସିସ ଓ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡୁ ପ୍ଲେସିସ ୫୦ ଓ ମୋଇନ ୫୮ ରନ କରିଥିଲେ । ତେବେ ଚେନ୍ନାଇ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ସ୍ଲଗ ଓଭରରେ ଅମ୍ବାତି ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ । ସେ ମାତ୍ର ୨୬ଟି ବଲ ଖେଳି ୭ ଛକା ୩ ଚୌକା ସହ ୬୮ ରନ କରିଥିଲେ । ରବିନ୍ଦ୍ର ଜାଦେଜା ୨୨ଟି ବଲରୁ ୨୨ ରନ କରିଥିଲେ । ଫଳରେ ଚେନ୍ନାଇ ୨୦ ଓଭରରେ ୨୧୮ ରନ କରିଥିଲା । ମୁମ୍ବାଇ ପକ୍ଷରୁ କେରନ ପୋଲାର୍ଡ ୨ଟି ତଥା ଟ୍ରେଣ୍ଟ ବୋଲ୍ଟ ଓ ଯ଼ଶପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଶେଷ ଓଭରରେ ୧୬ ରନ ଦରକାର ହେଉଥିବାବେଳେ କେରନ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଯ଼ୋଗୁଁ ମୁମ୍ବାଇ ବିଜୟୀ ହୋଇପାରିଛି । ପୋଲାର୍ଡ ମାତ୍ର ୩୪ ବଲରେ ୮୭ ରନ କରି ଚେନ୍ନାଇ ହାତରୁ ବିଜୟ ଛଡ଼ାଇନେଇଥିଲେ । କ୍ୱିଣ୍ଟନ ଡିକକ୍ ୩୮ ରନ, ରୋହିତ ଶର୍ମା ୩୫ ରନ ଓ କୁନାଲ ପାଣ୍ଡ୍ୟା ୩୨ରନ କରିଥିଲେ ।

Leave A Reply

Your email address will not be published.