ଫୁଲ ବରିହାଙ୍କୁ ହତ୍ୟା ସନ୍ଦେହ : ଅଭିଯୁକ୍ତ ମାନଙ୍କ ଗିରଫ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ଦାବକାନୀ ଗ୍ରାମର ଫୁଲ ବରିହାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଫୁଲ ବରିହା ଗତକାଲି ନିଜ ଗାଁ ଦାବକାନୀରେ ଥିଲେ । ଆଜି ସକାଳୁ ତାଂକ ମୃତ ଦେହ ଗାଁର କିଛି ଦୂରରେ ପଡ଼ିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଫୁଲ ବରିହାଙ୍କ ଘର ଡିହକୁ ନେଇ ସେହି ଗ୍ରାମର ଜନୈକା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ବାମୀ ଜନୈକ ଅବସରପ୍ରାପ୍ତ ପଶୁ ଚିକିତ୍ସକ ଫୁଲ ବରିହାଙ୍କୁ ଅନେକ ଥର ମାଡ଼ ମାରିଥିଲେ । ଏନେଇ ଫୁଲ ବରିହା ଲରମ୍ଭା ଥାନାରେ ଏତଲା ଦେଇଥିଲେ । ଫୁଲ ବରିହା ଜଣେ ଅସହାୟ ବିଧବା ବୃଦ୍ଧା । ଏଣୁ ଘର ଡ଼ିହକୁ ନେଇ ଫୁଲ ବରିହାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହେଉଛି । ଲରମ୍ଭା ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ଆସାମୀମାନଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ଗରିବ ଆଦିବାସୀ ବିଧବା ମହିଳା ଫୁଲ ବରିହାଙ୍କୁ ନ୍ୟାୟ ମିଳୁ ବୋଲି ସର୍ବସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.