oom

ସ୍ଵାମୀର ମୃତ୍ୟୁର ୨୫ ବର୍ଷ ପରେ ବି ବିଧବା ଲସଲସାଙ୍କୁ ମିଳୁନି ବିଧବା ଭତ୍ତା

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ସାମାଜିକ ସୁରକ୍ଷା ଯୋଜନାରେ ଗରିବ ବିଧବା ବୃଦ୍ଧ ବୃଦ୍ଧା ଅସହାୟ, ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି । ହେଲେ ଅନେକ ଗରିବ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବେହେରାମୁଣ୍ଡା ପଞ୍ଚାୟତ ଆମବାଞି ଗ୍ରାମର ବିଧବା ଲସଲସା ମଲିକ (୫୪) ତାଙ୍କ ସ୍ଵାମୀ ଥଣ୍ଡା ମଲ୍ଲିକ ଦୀର୍ଘ ୨୫ ବର୍ଷ ହେବ ମୃତ୍ୟୁ ବରଣ ହୋଇଥିଲେ ହେଁ ବିଧବା ଲସଲସାଙ୍କୁ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ମିଳିନାହିଁ । ସେ ୱାର୍ଡ ମେମ୍ବର ଠାରୁ ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡିଦୌଡି ନିୟାନ୍ତ ହୋଇଯାଇଥିବା ପ୍ରକାଶ କରିଛନ୍ତି । ସେ ବର୍ତ୍ତମାନ ତାଙ୍କ ଝିଅ ଜ୍ୱାଇଁ ଘରେ ରହୁଛନ୍ତି । କୁଲି ମଜୁରିଆ କାମ କରି ପେଟ ପୋଷୁଛନ୍ତି । ସରକାରୀ ଯୋଜନାରୁ ବଂଚିତ ହେଉଥିବା ବିଧବା ମହିଳା ଲସଲସାଙ୍କ ପ୍ରତି ସାମାଜିକ ସୁରକ୍ଷା ଯୋଜନା ବାଟବଣା ହୋଇଯାଇଛି । ବିଧବା ମହିଳା ଲସଲସାଙ୍କ ପ୍ରତି ଦୃଷ୍ଟି ପଡୁନଥିବା ଯୋଗୁଁ ବିଧବା ଭତ୍ତାରୁ ବଞ୍ଚିତ ବିଧବା ଲସଲସା । ଯୋଜନା କାହାର ପାଇଁ ଧନ୍ୟ ଯୋଜନା ଧନ୍ୟ ଅଧିକାରୀ ଧନ୍ୟ ତୁମ ସେବା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବିଧବା ଲସଲସା ମଲିକଙ୍କୁ ବେଲପଡା ବ୍ଳକ ପ୍ରଶାସନ ପକ୍ଷରୁ କେବେ ଦିଆଯିବ ବିଧବା ଭତ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

jittmm
Leave A Reply

Your email address will not be published.