ଅର୍ଥନୀତିରେ ଶୁଭଦର୍ଶିନୀ ସ୍ୱାଇଁଙ୍କୁ ସ୍ଵର୍ଣ୍ଣପଦକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ଅର୍ଥନୀତି ବିଭାଗରେ ଅଧ୍ୟୟନ କରି ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ସମଗ୍ର ବିଶ୍ୱବିଦ୍ୟାଳୟରେ ୧ ନମ୍ବର ରଖିଥିବା ଶୁଭଦର୍ଶିନୀ ସ୍ୱାଇଁଙ୍କୁ ମାନପତ୍ର ସହ ସ୍ୱର୍ଣ୍ଣପଦକରେ ଭୂଷିତ କରାଯାଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ କୋରନା କଟକଣା ଭିତ୍ତିରେ ସିନେଟ-ହଲରେ ଆୟୋଜିତ ଏକ ସମାରୋହରେ ଶୁଭଦର୍ଶିନୀ ସମ୍ମାନୀତ ହୋଇଛନ୍ତି । ଏହି ସମାରୋହରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ରଞ୍ଜନ କୁମାର ବିଶ୍ୱାଳ, ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଅରୁନ୍ଧତୀ ରଥ, ପ୍ରମୁଖ ବହୁ ଗଣ୍ୟମାନ୍ୟ ବିଶ୍ୱବିଦ୍ୟାଳୟର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ସୁଶ୍ରୀ ସ୍ୱାଇଁ ଗଞ୍ଜାମ ସହରର ଜଣେ ପ୍ରତିଷ୍ଠିତ କଳାକାର, ନାଟ୍ୟ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ କଣ୍ଠଶିଳ୍ପୀ ଗୀତାସ୍ୱାଇଁଙ୍କ ଝିଅ ଏବଂ ସେ ଗଞ୍ଜାମ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅଟନ୍ତି । ସୁଶ୍ରୀ ଶୁଭଦର୍ଶିନୀ ସ୍ୱାଇଁ ଅଧୂନା ବ୍ରହ୍ମପୁରର ପାରଳାମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଇଂଜିନିଅରିଂରେ ଅର୍ଥନୀତି ଶାସ୍ତ୍ରର ଅଧ୍ୟାପିକା ଭାବେ ଅବସ୍ଥାପିତ ଅଛନ୍ତି । ସର୍ବୋପରି ସଙ୍ଗୀତକଳା, ଚିତ୍ରାଙ୍କନ, ଚାରୁକାଳ, ନୃତ୍ୟକଳା, ଆଦିରେ ବି ଚିତାକର୍ଷକ ଅଭିନୟରେ ପାରଦର୍ଶିତା ଲାଭ କରି ବହୁ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉଚ୍ଚପ୍ରଶଂସିତ ଓ ପୁରସ୍କୃତ ହୋଇ ଗଞ୍ଜାମ ସହରରେ ଏବଂ ଗଞ୍ଜାମ ଜିଲ୍ଲାର ଗୋୖରବ ମଣ୍ଡିତକରି ଆସିଛନ୍ତି ।

Leave A Reply

Your email address will not be published.