ମୁରିବାହାଲ, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ୩୦୦ ଗୋ-ମାତା ଏବଂ ମହିଷି ଚାଲାଣ ହେଉଥିବା ନେଇ ଖବର ପାଇଥିଲେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧକ୍ଷ ସଂଜୀତ କମ୍ପ । ଏହାପରେ ଶ୍ରୀ କମ୍ପ ଓ ମୁରିବାହାଲ ବ୍ଲକ ଉପସଭାପତି ଶ୍ରୀକାନ୍ତ ଭୋଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଉକ୍ତ ଅଞ୍ଚଳକୁ ଯାଇ ଗୋଚାଲାଣ କରୁଥିବା ଲୋକଙ୍କୁ ଧରିବା ସହ ତାଙ୍କୁ ଉତ୍ତମ ମଧ୍ୟମ ଦେଇ ଗୋଚାଲାଣ ରୋକିଥିବା ଜଣାପଡ଼ିଛି । ଗୋମାତାଙ୍କୁ ଉଦ୍ଧାର କରିଥିବା ମଧ୍ୟ ଜଣାପଡ଼ିଛି । ମୁରିବାହାଲ ବ୍ଲକ ଅଞ୍ଚଳରେ ବାରମ୍ବାର ଗୋ-ଚାଲାଣ ହେଉଛି । କେଶରୀୟା ହିନ୍ଦୁ ବାହିନୀ ତରଫରୁ ବହୁତ ବାର ପୋଲିସକୁ ଖବର ଦେବା ସତ୍ତ୍ଵେ ମଧ୍ୟ ପୋଲିସ ଅସହାୟ ଭଳି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଏହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୋଗ ହୋଇଛି ଯେ, ଏପରିକି କେଶରୀୟା ହିନ୍ଦୁ ବାହିନୀ ତରଫରୁ ପୂର୍ବରୁ ପୋଲିସକୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । କିନ୍ତୁ ପୋଲିସ ପ୍ରଶାସନ ଚୁପ୍ ହୋଇ ବସିଛି । ଆଗାମୀ ଦିନରେ କେଶରୀୟା ହିନ୍ଦୁ ବାହିନୀ ଗୋମାତାର ସୁରକ୍ଷା କରିବା ନେଇ ବଦ୍ଧ ପରିକର ଏବଂ ଏହି ଅଭିଯାନକୁ ସାରା ଜିଲ୍ଲାରେ ଜୋରଦାର ଜାରି ରଖିବ ବୋଲି କୁହାଯାଇଛି ।