csstore

କୋଶଲୀ ଚଳଚ୍ଚିତ୍ର ‘ରଙ୍ଗବତୀ ରଙ୍ଗେଇ ଦେଲା’ର ସୁଟିଙ୍ଗ ଆରମ୍ଭ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଚେତନତାର ବର୍ତ୍ତା ନେଇ ଓ ଦାଦନ ଶ୍ରମିକ ଏବଂ ପାରିବାରିକ ସଂସ୍କୃତିକୁ ନେଇ ଆଜି ସଇଁନ୍ତଲା ଗିରି ଗୋବର୍ଦ୍ଧନ ପୀଠ ଠାରୁ କୋଶଲୀ ଚଳଚ୍ଚିତ୍ର ‘ରଙ୍ଗବତୀ ରଙ୍ଗେଇ ଦେଲା’ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । କଳା, ସଂସ୍କୃତି, ପରମ୍ପରା, ଲୋକବାଦ୍ୟ, ଗରିବ ଲୋକଙ୍କ ଜୀବନୀ ଏବଂ ଲୋକଗୀତକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ଚାଲିଥିବା ବେଳେ ଲୋକଙ୍କୁ ଏହା ନିଶ୍ଚିତ ଭାବରେ ଏକ ମହାନ ବାର୍ତ୍ତା ଦେଇ ପାରିବ ବୋଲି ଆଶା ବାନ୍ଧିଛନ୍ତି କଳାକାର ଓ ନିର୍ମାତା ।

ତେବେ ବଲାଙ୍ଗିର ଜିଲ୍ଲାରୁ ଦାଦନ ଖଟିବାକୁ ବହୁ ପରିବାର ବାହାର ରାଜ୍ୟକୁ ଯାଇଥାନ୍ତି ଓ ବହୁ ଦୁଃଖ କଷ୍ଟ ସହ୍ୟ କରି ରହିବା ସହ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏସବୁ ଦୃଷ୍ଟିରେ ରଖି ଅଭିମନ୍ୟୁ ରଣାଙ୍କ ନିର୍ଦ୍ଦେଶନାରେ ଏବଂ ରଜତ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଉକ୍ତ କୋଶଲୀ ଚଳଚ୍ଚିତ୍ର ସୁଟିଙ୍ଗ ଚାଲିଥିବା ବେଳେ ଅଞ୍ଚଳର କଳାକାରଙ୍କୁ ନେଇ ଉକ୍ତ ନାଟକ ସୁଟିଙ୍ଗ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସୂଚନା ଏହି କି ଯେ ଉକ୍ତ ଚଳଚ୍ଚିତ୍ରର ଆଜି ଶୁଭାରମ୍ଭ ହୋଇଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ଅଭିମନ୍ୟୁ ରଣା ଗିରି ଗୋବର୍ଦ୍ଧନ ପୀଠରେ ପୂଜା ବିଧି କରିଥିବା ବେଳେ ସାମାଜିକ ଦୁରତା ରକ୍ଷା କରି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁନ୍ତଲା ସରପଞ୍ଚ ଭୀମସେନ ସ୍ଵାଇଁ , ଆଇନଜୀବୀ ସୁବୋଧ ମିଶ୍ର ଯୋଗଦାନ କରି ଶୁଭାରମ୍ଭ କରିଥିଲେ ।

jayashree
Leave A Reply

Your email address will not be published.