ସପ୍ତାହନ୍ତ ସଟ୍ ଡାଉନର ଦ୍ୱିତୀୟ ଦିନ : ପୋଲିସ ପକ୍ଷରୁ କଡାକଡି ଯାଞ୍ଚ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ସପ୍ତାହନ୍ତ ସଟ୍ ଡାଉନର ଆଜି ‌ଦ୍ୱିତୀୟ ଦିନରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । ସୁବର୍ଣ୍ଣପୁର, ବିନିକା ଓ ତରଭା ସହରର ବିଭିନ୍ନ ଛକ ଏବଂ ପ୍ରବେଶ ‌ଦ୍ୱାରରେ ପୋଲିସ ମୁତୟନ ହୋଇ ତନଖି କରୁଛି । ବିଶେଷକରି କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଧରି ଜରିମାନା କରାଯାଉଛି । କରୋନା ସଂକ୍ରମଣ ଯୋଗୁଁ ଆସନ୍ତା କାଲି ସକାଳ ଯାଏଁ ସଦର ମହକୁମା ସୁବର୍ଣ୍ଣପୁର ସମେତ ବିନିକା ଓ ତରଭାରେ ହୋଇଥିବା ସଟ୍ ଡାଉନରେ ଦୋକାନ ବଜାର, ହାଟ ହଟଲି ସବୁ ବନ୍ଦ ରହିଛି ।

Leave A Reply

Your email address will not be published.