ରେଳ କ୍ରସିଂରେ ଟ୍ରେନ୍ ଅନେକ ଯାନକୁ ଧ‌କ୍କା ଦେଲା : ପାଞ୍ଚ ଜଣଙ୍କ ମୃତ୍ୟୁ

ଶାହାଜାହାନପୁର : ଉତ୍ତରପ୍ରଦେଶର ଶାହାଜାହାନପୁରରେ ଟ୍ରକ୍ ଟ୍ରେନ୍ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଶାହାଜାହାନପୁର ଜିଲ୍ଲାର ରେଳ କ୍ରସିଂ ଫାଟକ ଛାଡି ଯାଉଥିବା ଗାଡି ସହ ଟ୍ରେନ୍ ଧକ୍କାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଅଧୀକ୍ଷକ (ଗ୍ରାମୀଣ) ସଂଜୀବ ବାଜପାଇ ଗଣମାଧ୍ୟମକୁ କହିଛନ୍ତି ଯେ, ଯେତେବେଳେ ଚଣ୍ଡିଗଡ଼ ଏକ୍ସପ୍ରେସ ଟ୍ରେନ୍ ସକାଳେ ମେରାନପୁର କାଟ୍ରା ରେଳ ଷ୍ଟେସନ ସମ୍ମୁଖରେ ପହଂଚିଲା, ସେତେବେଳେ ଏହା କ୍ରସିଂ ଠାରେ ଅନେକ ଯାନବାହାନକୁ ଧକ୍କା ଦେଇଥିଲା । ଏହି ଘଟଣାରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି । ଦୁର୍ଘଟଣାରେ ଜଣେ ଆହତ ବ୍ୟକ୍ତିଙ୍କୁ ମେଡିକାଲକୁ ପଠାଯାଇଛି । ଟ୍ରେନ୍ ଦୁଇଟି ଟ୍ରକ୍, କାର୍ ଏବଂ ମୋଟର ସାଇକେଲକୁ ଧକ୍କା ଦେଇଛି । ଆଉ କିଛି ମୃତଦେହ ୍ୱିଳିବାର ସମ୍ଭାବନା ଅଛି । ଖବର ପ୍ରସାରଣ ପର୍ୟ୍ୟନ୍ତ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଚାଲିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.