ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଜଣେ ଅସହାୟଙ୍କ ଶବ ସତ୍କାର କରାଯାଇଛି । ସୂଚନା ଯୋଗ୍ୟ ଯେ , ବଲାଙ୍ଗିର ଶାସ୍ତ୍ରୀନଗରରେ ସଂଗ୍ରାମ ମହାରଣା(୫୫), ତାଙ୍କ ବାପା ମୃତ୍ୟଞ୍ଜୟ ମହାରଣା(୮୦) ଏବଂ ସ୍ତ୍ରୀଙ୍କ ସହ ରହୁଥୁଲେ । ଆଜି ଦିନ ୧୧ଟାରେ ହଠାତ ସଂଗ୍ରାମଙ୍କ ବାପା ମୃତ୍ୟୁଞ୍ଜୟଙ୍କ ଦେହାନ୍ତ ହୋଇଯାଇଥିଲା । ବାପାଙ୍କ ମୃତ୍ୟୁରେ ମ୍ରିୟମାଣ ସଂଗ୍ରାମ ସମ୍ପୂର୍ଣ ଅସହାୟ ହୋଇ ପଡ଼ିଥିଲେ । ଅନ୍ୟପଟେ ତାଙ୍କ ପରିବାର ଅନ୍ୟ ସଦସ୍ୟମାନେ ବାହାରେ ଥିବାରୁ ଶବ ଶତ୍କାର ନେଇ ସେ ନିରୁପାୟ ହୋଇ ରହିଥିଲେ । ଏଭଳି ଅବସ୍ଥାରେ ବାପାଙ୍କ ଶବ ସତ୍କାର ପାଇଁ ବିଙ୍ଗ ହ୍ୟୁମାନ ହେଲ୍ପ ଲାଇନ ନମ୍ବରକୁ ଫୋନ କରି ସହାୟତା ଲୋଡିଥିଲେ । ଖବର ପାଇ ବିଙ୍ଗ ହ୍ୟୁମାନ ଅନୁଷ୍ଠାନର ସଦସ୍ୟମାନେ ସଂଗ୍ରାମଙ୍କ ଘରେ ଯାଇ ପହଂଚିବା ସହ ସମସ୍ତ ରୀତି ନୀତି ଅନୁସାରେ ଶବ ଶତ୍କାର କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ । କରୋନା ସଂକ୍ରମଣ ପ୍ରତି ସାବଧାନତା ଅବଲମ୍ବନ କରି ପିପିଇ କିଟ୍‌ ପିନ୍ଧି ଶବକୁ ଆଣି ସ୍ଥାନୀୟ ଆର. ଟି. ଓ ଛକ ସ୍ଥିତ ଶ୍ମଶାନରେ ସମସ୍ତ ରୀତିନୀତି ସହ ଶବ ସତ୍କାର କରିଥିଲେ । ଶେଷରେ ଶୋକସନ୍ତପ୍ତ ପରିବାର ତଥା ଆଖପାଖ ଅଞ୍ଚଳର ଲୋକେ ସଂଗଠନର ଏହି ମହତ କାମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ମହତ କାର୍ୟ୍ୟକ୍ରମରେ ବିଙ୍ଗ ହ୍ୟୁମାନର ସଭାପତି ସୋମନାଥ ମିଶ୍ର, ତାପସରାଞ୍ଜନ ମହାନ୍ତି, ରୋଶନ ସୁନା, ବୀରେନ୍ଦ୍ର ସାହୁ, କନ୍ଦର୍ପ ରଣା, ବ୍ରଜଗୋପାଳ ସିଂ, ମଣ୍ଟୁ କୁମ୍ଭାର, ଶୁଭ୍ରାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।

Leave A Reply

Your email address will not be published.