ଢାବାରେ ଅବକାରୀ ଚଢାଉ, ବିପୁଳ ପରିମାଣର ବିଅର୍‌ ସହ ବିଦେଶୀ ମଦ ଜବତ୍

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ନିରୀକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ଅବକାରୀ ଓ ପୋଲିସର ମିଳିତ ଚଢାଉରେ ବକ୍ଷଉଁଶୁଣି ଥାନା ସିଙ୍ଗାରୀ ନିକଟ ଗୋଟିଏ ଢାବାରୁ ବିପୁଳ ପରିମାଣର ବିଅର୍ ସହ ବିଦେଶୀ ମଦ ଜବତ୍ ହୋଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଅବକାରୀ ଉପ ନିରୀକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ଅବକାରୀ ଓ ପୋଲିସ୍ ସିଙ୍ଗାରୀ ନିକଟରେ ଥିବା ବକ୍ସି ଢାବାରେ ଚଢାଉ କରାଯାଇଥିଲା । ସେଠାରୁ ୭. ୧୯୦ ଲିଟର ବିଦେଶୀ ମଦ ସହ ୨୪୬ ଲିଟର ବିଅର୍ ଜବତ୍ କରାଯାଇଥିଲା । ଢାବା ମାଲିକ ପୁରନ୍ଦର ବକ୍ସି ଘଟଣା ସ୍ଥଳରୁ କୌଶଳ କ୍ରମେ ଫେରାର ହୋଇ ଯାଇଥିବା ବେଳେ ତାଙ୍କର ଜଣେ ସହଯୋଗୀ ପପୁନ୍ ବାଘ (୧୮ ବର୍ଷ )ଙ୍କୁ ଗିରଫ କରାଯାଇଥିବା ଉପ ନିରୀକ୍ଷକ ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି । ସେହିପରି ଆଜି ଭିନ୍ନ ଭିନ୍ନ ଚଢାଉରେ ବାବୁଲା ମହାନନ୍ଦିଆ(୩୫) ଏବଂ ସଚ୍ଚି ବଗର୍ତ୍ତୀ(୨୭)ଙ୍କ ଠାରୁ ୧୦ ଲିଟର ଲେଖାଏଁ ଦେଶୀ ମଦ ଜବତ୍ କରି ଗିରଫ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.