ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ସହରାଂଚଳରେ ଆସନ୍ତା କାଲି ଠାରୁ ନାଇଟ୍‌ କର୍ଫ୍ୟୁ ଜାରି ହେବ । ରାଜ୍ୟ ସରକାରଙ୍କ ଏହି ଘୋଷଣା ଅନୁସାରେ ୧୦ଟି ବୋର୍ଡର୍‌ ଜିଲ୍ଲାରେ ଜାରି ହୋଇଥିବା ନାଇଟ୍‌ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଲାଗୁହେବ । ଅନ୍ୟ ୨୦ ଜିଲ୍ଲାର ସହରାଂଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ୧୦ଟି ବୋର୍ଡର ଜିଲ୍ଲା ଯଥା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ସପ୍ତାହନ୍ତ ସଟ୍‌ଡାଉନ୍‌ ମଧ୍ୟ ଘୋଷଣା କରାଯାଇଛି । ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକ ପାଇଁ କୌଣସି କଟକଣା ନାହିଁ ବୋଲି କୁହାଯାଇଛି । ଏହି ସୂଚନା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.