ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ହନ୍ତସନ୍ତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ରୋଗୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଆଉଟ୍‌ଡେ଼ାର୍‌କୁ ସକାଳ ୯ଟା ପର୍ୟ୍ୟନ୍ତ ଡାକ୍ତର ଆସୁନଥିବାରୁ ରୋଗୀମାନେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି । କୋଭିଡ ସମୟରେ ବାଧ୍ୟ ହୋଇ ରୋଗୀମାନେ ଏକାଠି ରୁଣ୍ଡ ହେଉଛନ୍ତି । ଦୀର୍ଘଦିନ ହେବ ମନମୁଣ୍ଡାରେ ଏଭଳି ସମସ୍ୟା ଲାଗି ରହୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି ।

Leave A Reply

Your email address will not be published.