oom

ଡା.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ : ଭାରତୀୟ ସମ୍ବିଧାନକୁ ସଂପୂର୍ଣ୍ଣ କାର୍ଯ୍ୟକାରୀ ପାଇଁ ଦାବୀ

jsmm

ବଲାଙ୍ଗିର, (କେପିଏନ୍‌ଏ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓ ଆଦିବାସୀ କଲ୍ୟାଣ ସଂଘ ଅନୁକୁଲ୍ୟରେ ଭାରତ ରତ୍ନ ବାବା ସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଡା.ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୌରାଞ୍ଚଳ ଗୋଁଣ୍ଡ ସମାଜର ଉପସଭାନେତ୍ରୀ ଅନସୁୟା ପାତ୍ରଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସେ ୧୪ ଏପ୍ରିଲ ୧୮୯୧ରେ ଧରାବତରଣ କରି ୬ ଡିସେମ୍ବର ୧୯୫୬ରେ ମହାପ୍ରୟାଣ ହୋଇଥିଲେ । ସାରା ବିଶ୍ୱରେ ଜ୍ଞାନର ପ୍ରତୀକ ଭାବରେ ପରିଚିତ, ଜନ ନାୟକ, ଭାରତୀୟ ସମ୍ବିଧାନ ଜନକ, ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ, ସମାଜ ସଂସ୍କାରକ, ମହିଳା ଓ ଶ୍ରମିକ ମାନଙ୍କୁ ଅଧିକାର ପ୍ରଦାନକାରୀ, ପ୍ରଥମ ଆଇନ ମନ୍ତ୍ରୀ, ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ପଛୁଆବର୍ଗ ସଂଖ୍ୟାଲଘୁ ଇତ୍ୟାଦିଙ୍କ ଶୋଷଣରୁ ମୁକ୍ତକାରୀ ବାବା ସାହେବ ଡ଼.ଭୀମରାଓ ଆମ୍ବେଦକରଙ୍କ ସଂଗ୍ରାମୀ ଜୀବନୀ ଉପରେ ବକ୍ତାମାନେ ଆଲୋକ ପାତ କରିଥିଲେ । ବକ୍ତା ମାନେ ଭାରତୀୟ ସମ୍ବିଧାନକୁ ସଂପୂର୍ଣ୍ଣ ଓ ଠିକ୍‌ ଭାବରେ କାର୍ଯ୍ୟକାରୀ ପାଇଁ ଦାବୀ କରିଥିଲେ । ଏହି ସଭାରେ ପୌରାଞ୍ଚଳ ଗୋଁଣ୍ଡ ସମାଜର ଉପଦେଷ୍ଟା ପ୍ରଦୀପ କୁମାର ମଲ୍ଲିକ ମୁଖ୍ୟ ଅତିଥି, ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ, ଜିଲ୍ଲା ଉପସଭାପତି ଆଦିକନ୍ଦ ଧରୁଆ ସମ୍ମାନିତ ଅତିଥି, ରଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ ମୁଖ୍ୟ ବକ୍ତା ଓ ପୌରାଞ୍ଚଳ ସଂପାଦକ ନୃପ ଭୋଇ ସଭା ପରିଚାଲନା କରିଥିଲେ । ଲଳିତା ମାଝୀ, କୌଶଲ୍ୟା ମାଝୀ, ଭାନୁମତି ମାଝୀ, ହିରା ଧରୁଆ, ବାରମତି ଭୁଏ, ନୃପତି ବଲ୍ଲଭ ଭୋଇ, ଗଜମତି ମଲ୍ଲୀକ, ସ୍ୱର୍ଣ୍ଣ ବଡକା, ଦାମୋଦର ମାଝୀ, ଘନଶ୍ୟାମ ପୁଝାରୀ, ରାମପ୍ରସାଦ ମଲ୍ଲୀକ, ଶିବପ୍ରସାଦ ଧରୁଆ ବାବା ସାହେବଙ୍କ ସଂର୍ଘଷ ମୟ ସ୍ମୃତିଚାରଣ କରିଥିଲେ । କୃଷ୍ଣଚନ୍ଦ୍ର ଧରୁଆ ଧନ୍ୟବାଦ ଦେଇଥିବା ବେଳେ ଅନୁପକୁମାର ଭୋଇ, ରାଜେନ୍ଦ୍ର ମାଝୀ, ଶ୍ରୀକର ଧରୁଆ, ନିରଜ କୁମାର ନାୟକ ପ୍ରମୁଖ ସହେଯାଗ କରିଥିଲେ ।

jittmm
Leave A Reply

Your email address will not be published.