ଭାରତରତ୍ନ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ରତ୍ନ ଡ଼ଃ ବାବାସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀରେ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ସକାଳ ୭ ଘଣ୍ଟା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ କଟକଣା ପାଳନ ପୂର୍ବକ ସୋନପୁର ସହର ଆମ୍ବେଦକର ଛକରେ ଅବସ୍ଥିତ ଭାରତରତ୍ନ ଡ଼ଃ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ, ଜିଲ୍ଲାମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.