ଆଜି ବଲାଙ୍ଗିର ଜିଲ୍ଲାରେ ୧୬୩ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୧୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ରେକର୍ଡ ସଂଖ୍ୟକ ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବଲାଙ୍ଗିର ପୌରାଂଚଳର ଆଦର୍ଶପଡ଼ାରୁ ୫, ବିବିଏମ୍‌ଚିଏଚ୍‌ରୁ ୫, ଖଲିଆପାଲିରୁ ୧, ଠିକାଦାରପଡ଼ାରୁ ୪, କଲେଜ ସ୍କୋୟାର୍‌ରୁ ୩, ରାଜେନ୍ଦ୍ରପଡ଼ାରୁ ୫, ଏସ୍‌ପି ଅଫିସ୍‌ରୁ ୩, ବ୍ରାହ୍ମଣପଡ଼ାରୁ ୧, ତାଲପାଲିପଡ଼ାରୁ ୫, ରୁଗୁଡ଼ିପଡ଼ାରୁ ୫, ବେହେରାପାଲିରୁ ୯, ରାଧାରାଣୀପଡ଼ାରୁ ୬, ସୁଦପଡ଼ାରୁ ୮, ଗାନ୍ଧୀନଗରପଡ଼ାରୁ ୩, ତୁଲସୀନଗରରୁ ୨, ମାଲପଡ଼ାରୁ ୪, କାଜୁଏଲିଟିରୁ ୧, ସାଗରପଡ଼ାରୁ ୮, ମହାଲକ୍ଷ୍ମୀନଗରରୁ ୩, ପ୍ରତାପସାଗରପଡ଼ାରୁ ୧, ଆରଟିଓ ଛକ୍‌ରୁ ୧, ଶାନ୍ତିପଡ଼ାରୁ ୨, ଏଲଆଇସି ଅଫିସ୍‌ରୁ ୧, ହାତୀପଡ଼ାରୁ ୨, ଆନନ୍ଦନଗରରୁ ୧, ତେଲିଗୋଠପଡ଼ାରୁ ୩, ପେଲେସ ଲାଇନ୍‌ରୁ ୩, ହାତୀଶାଲପଡ଼ାରୁ ୨, ଇଚ୍ଛାପଡ଼ାରୁ ୧, ଚନ୍ଦ୍ରଶେଖରନଗରରୁ ୧, ଡୁଙ୍ଗୁରିପଡ଼ାରୁ ୧, କ୍ଲବ୍‌ପଡ଼ାରୁ ୧, ସିଭିଲ୍‌କୋର୍ଟ ପାଖରୁ ୧, ଡେଲିମାର୍କେଟ ପାଖରୁ ୩, ଉଦୟନଗରରୁ ୧, କଲେଜଛକରୁ ୩, ଶାସ୍ତ୍ରୀନଗରରୁ ୧, କଳାମଣ୍ଡଳପଡ଼ାରୁ ୧, ରୋୟାଲ୍‌ ଗ୍ରୀନ୍‌ରୁ ୧, ସାଲେପାଲିରୁ ୧, ଜଗନ୍ନାଥପଡ଼ାରୁ ୧, ସାର୍କିଟ୍‌ ହାଉସ୍‌ ପାଖରୁ ୨, ବେହେରାପାଲିରୁ ୨, କନ୍ଧପାଲିପଡ଼ାରୁ ୧ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଗ୍ରାମାଂଚଳର ଆଗଲପୁରରୁ ନଅଗାଁ(ବି)ରୁ ୧, ଆଗଲପୁରରୁ ୧, ବଲାଙ୍ଗିର ବ୍ଲକ୍‌ ଦାବକାନୀରୁ ୧, ଖୁଜେନପାଲିରୁ ୨ ଓ ରିନବଚନରୁ ୧, ଗୁଡ଼ଭେଲାରୁ ୧, ଲୋଇସିଂହାରୁ ୨, ଲୋଇସିଂହା ବ୍ଲକ୍‌ ବୁଡର଼୍ାରୁ ୧ ଓ ଗୁର୍‌ଜିଭଟାରୁ ୧, ପାଟଣାଗଡ଼ ବ୍ଲକ୍‌ ତମିଆଁରୁ ୧, ଘଁସିଏନ୍‌ରୁ ୧, ପୁଇଁନ୍ତଲା ବ୍ଲକ୍‌ ଆଠଗାଁରୁ ୨, ସିଲେଟପଡ଼ାରୁ ୧, ଗଏଁତଲାରୁ ୧, ଭାଲେରରୁ ୧, ବିନିବନ୍ଧରୁ ୧, ଚାଁର୍‌ବାହାଲରୁ ୧, କାଲିଘନାରୁ ୧, ପୁଇଁନ୍ତଲାରୁ ୪, ସଇଁନ୍ତଲା ବ୍ଲକ୍‌ ନବୀନ ଛକରୁ ୩, ଓଏଫ୍‌ ବଡ଼ମାଲରୁ ୩, ଗଣ୍ଡପତ୍ରାପାଲିରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିସହିତ ଦୁଇ ଜଣ ପୁରୁଷ ଓ ୩ ଜଣ ମହିଳା କୋଭିଡ଼ ଯୋଦ୍ଧା ମଧ୍ୟ ଆଜି ସଂକ୍ରମଣର ଶିକାର ହୋଇଛନ୍ତି । ବାହାର ଜିଲ୍ଲାରୁ ଅନୁଗୁଳର ଜଣେ, ସୋନପୁର ୩ ଜଣ ଗଂଜାମର ଜଣେ ଓ ରାଉରକେଲାର ଜଣେ ଆକ୍ରାନ୍ତଙ୍କ ଲିଷ୍ଟରେ ସାମିଲ୍‌ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୨୩୭୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୮୧ ଜଣ ଏକ୍‌ଟିଭ୍‌ ରହିଛନ୍ତି । ୧୭୮୨ ଜଣ ସୁସ୍ଥ ହୋଇ ସାରିଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.