କରୋନାର ଦ୍ୱିତୀୟ ଲହରର ତୀବ୍ରତା : ବଲାଙ୍ଗିର ଜିଲ୍ଲାରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ୩୬୩ ଏକ୍ଟିଭ୍ ଆକ୍ରାନ୍ତ, ଟିଟିଲାଗଡ଼ ପୌରାଂଚଳରୁ ୨୫
ବଲାଙ୍ଗିର, (କେପିଏନ୍ଏସ୍) : କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଡରେଇବା ଭଳି ସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲାରେ ୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଏବେ ୩୬୩ ଜଣ ଏକ୍ଟିଭ୍ ଆକ୍ରାନ୍ତ ଚିକିନ୍ତାଧୀନ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୧ରୁ ୪ ଜଣ ଓ ୬ରୁ ୩ ଜଣ ଏବଂ ୨, ୩, ୧୦, ୧୫, ୨୦ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୩, ୧୦ରୁ ୧, ୧୨ରୁ ୨, ୧୪ରୁ ୧, ୧୫ରୁ ୩, ୩ରୁ ୧, ୬ରୁ ୩, ୭ରୁ ୫, ୮ରୁ ୪, ୯ରୁ ୧ ଓ ୨ରୁ ୧ ଚିହ୍ନଟ ହୋଇଛନ୍ତି । ପାଟଣାଗଡ଼ ଏନ୍ଏସି ୱାର୍ଡ ନଂ.୨ରୁ ୧, ୫ ଓ ୬ରୁ ୨ ଲେଖାଏଁ, ୭ରୁ ଜଣେ ଏବଂ ୧୪ରୁ ୪ ଜଣ, କଂଟାବାଂଜି ଏନ୍ଏସି ୱାର୍ଡ ନଂ.୨ ଓ ୩ରୁ ୨ ଜଣ ଲେଖାଏଁ, ୪ରୁ ଜଣେ ଏବଂ ୫ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକ ସାଲେଭଟା ଗ୍ରା.ପ.ରୁ ୨ଜଣ, ବଲାଙ୍ଗିର ବ୍ଲକ ଚୂଡ଼ାପାଲି ଓ ଶିକାଛିଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ ବାଗଡୋର ଓ ଖଲିପଥର ଗ୍ରା.ପ.ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ଦେଷଣ୍ଢ ଗ୍ରା.ପ.ରୁ ୨ ଜଣ, ଖପ୍ରାଖୋଲ ବ୍ଲକ ଲୁହାସିଂହା ଓ ବାଘମୁଣ୍ଡ ଗ୍ରା.ପ.ରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ଗଡ଼ଶଙ୍କର ଡୁଙ୍ଗୁରିପାଲିରୁ ୨ ଜଣ ଏବଂ କୁଶଙ୍ଗରୁ ୩ ଜଣ, ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ଓ ମାଲିଶିରା ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ ବଡ଼ମାଲ ଗ୍ରା.ପ.ରୁ ଜଣେ, ଟିଟିଲାଗନ ବ୍ଲକ ସିଲୁଆଁ ଓ କୁଶକେଲାରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ଗ୍ରା.ପ.ରୁ ୩ ଜଣ, ବଥର୍ଲା ଗ୍ରା.ପ.ରୁ ୩ ଜଣ, ଗେର୍ଡାରୁ ଜଣେ, କେନ୍ଦୁମୁଣ୍ଡିରୁ ଜଣେ, ମରୁଆଁ ଓ ପଣ୍ଡାମୁଣ୍ଡାରୁ ୨ ଜଣ ଲେଖାଏଁ ଏବଂ ସାଲେପାଲିରୁ ଜଣେ, ତୁରେକେଲା ବ୍ଲକ ଚଉଲଶୁଖା, ତୁରେକେଲା ଓ ବଡ଼ଡକଲା ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି ।