ଅର୍ଥାଭାବ ହେତୁ ଚିକିତ୍ସିତ ହୋଇପାରୁନି ମାନୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଅଫିସର ବାବୁ ମାନଙ୍କର ଆନ୍ତରିକତାର ଅଭାବ ହେତୁ ପ୍ରକୃତ ତଥା ଯୋଗ୍ୟ ହିତାଧିକାରୀ ମାନେ ବଞ୍ଚିତ ହେଉଛନ୍ତି । ଏହିପରି ଏକ ଅଭାବନୀୟ ବିଷୟ ଜାଣିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଛୋଟଅନକି ଗ୍ରାମ ପଞ୍ଚାୟତ ବଲାଙ୍ଗିର ଗ୍ରାମର ମଖିଆ ସାହୁଙ୍କ ପୁଅ ମାନୁ ସାହୁ ୨୩ ବର୍ଷ । ସେ ମିରିଗି ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୧୫ ବର୍ଷ ହେଲାଣି ଚିକିତ୍ସିତ ହେଉଛନ୍ତି । ହେଲେ ଆର୍ଥିକ ସ୍ଥିତି ବାଧକ ହେତୁ ଠିକ ଭାବେ ଚିକିତ୍ସତ ହୋଇ ପାରୁନାହିଁ । ଭିନ୍ନକ୍ଷମ ପ୍ରମାଣ ପତ୍ର ଅଛି ହେଲେ ପ୍ରଶାସନ ନିକଟରେ ବାରମ୍ବାର ୫ଥର ଭତ୍ତା ପାଇଁ ଆବେଦନ କଲେ ମଧ୍ୟ ଗ୍ରାମ ପଞ୍ଚାୟତ ପ୍ରଶାସନ ତଥା ବ୍ଲକ ପ୍ରଶାସନ ଧ୍ୟାନ ଦେଉ ନାହାନ୍ତି । ତେଣୁ ଭତ୍ତା ପାଇପାରୁ ନାହାନ୍ତି କିମ୍ବା ଚିକିତ୍ସାରେ ବାଧକ ସୃଷ୍ଟି ହେଉଛି । ତେଣୁ ତୁରନ୍ତ ତାଙ୍କୁ ଭତ୍ତା ପ୍ରଦାନ କରିବା ଦିଗରେ ଝାରବନ୍ଧ ବ୍ଲକ ପ୍ରଶାସନ ନିକଟରେ ଦାବୀ ହେଉଛି ।

Leave A Reply

Your email address will not be published.