ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଅଭୟ ପ୍ରସାଦ ମିଶ୍ର ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତାଲପାଲିପଡ଼ା ନିବାସୀ ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଅଭୟ ପ୍ରସାଦ ମିଶ୍ର(୭୫)ଙ୍କ ଆଜି ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରୁ ମୁଖ୍ୟ କିରାଣୀ ଭାବେ ଅବସର ଗ୍ରହଣ କରିଥିବା ସ୍ୱର୍ଗତ ମିଶ୍ର ସ୍ଥାନୀୟ ରାଜେନ୍ଦ୍ର କଲେଜରେ ତାଙ୍କ ଚାକିରୀ ଜୀବନର ଅଧିକାଂଶ ସମୟ ବିତାଇଥିଲେ । ଚାକିରୀର ପ୍ରାୟ ଶେଷ ତିନି ବର୍ଷ କାଳ ସେ ବାରିପଦା କଲେଜରେ କିଛି ମାସ ରହିଥିବା ବେଳେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଚାକିରୀ ଶେଷ କରିଥିଲେ । ପ୍ରଶାସନିକ ଦକ୍ଷତା ସଂପନ୍ନ ଜଣେ ବିଶିଷ୍ଟ ସରକାରୀ କର୍ମଚାରୀ ଭାବେ ତାଙ୍କର ବିଶେଷ ସୁନାମ ରହିଥିଲା । ତାଙ୍କ ଅମାୟିକ ବ୍ୟକ୍ତିତ୍ୱ ଏବଂ ମିଷ୍ଟଭାଷୀ ତଥା ପରୋପକାରୀ ମନୋଭାବ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।

Leave A Reply

Your email address will not be published.