jsm

ଉମାକାନ୍ତ ସାହୁ ହେଲେ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୂର୍ବତନ ସରପଂଚ ତଥା ଆଇନଜୀବୀ ଉମାକାନ୍ତ ସାହୁଙ୍କୁ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଭାବେ ପୁନଃ ନିଯୁକ୍ତି ଦିଆଯାଇଛି । ତାଙ୍କ ନିଯୁକ୍ତିରେ ପୁଇଁନ୍ତଲା ବ୍ଲକ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଶ୍ରୀ ସାହୁ ଜଣେ ଦୃଢ ସଂଗଠକ । ତାଙ୍କ ନିଯୁକ୍ତିରେ ସଂଗଠନ ଆହୁରି ସୁଦୃଢ ହେବ ବୋଲି ପୂର୍ବତନ ବ୍ଲକ ସଭାପତି ରାଜ କିଶୋର ବାବୁ, ହୃଦାନନ୍ଦ ଭୋଇ, ଫଜୁଲୁଦ୍ଧିନ ଖାନ, ଶୁଶାନ୍ତ ଷଡଙ୍ଗୀ, ଓମ୍ ପ୍ରକାଶ କୁମ୍ଭାର, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ସରୋଜ ପ୍ରଧାନ, ଯୁବ ଦଳିତ ନେତା ହରି ନନ୍ଦ, ଜ୍ୟୋତିଷ ମୁଗ୍ରୀ, ଲଳିତ ପଟେଲ, ଗଦାଧର ମହାପାତ୍ର, ବଳଦେବ ସେଠ, ଜମିଦାର ବିଶ୍ୱାଲ, ଅନିରୁଦ୍ଧ ବଗର୍ତ୍ତି, ବସୁଦେବ ନାଏକ, ଟଙ୍କଧର ନାଏକ, ବଜରଙ୍ଗ ଅମାତ, ବ୍ରଜ କିଶୋର ମେର୍ଲି, ଜ୍ଞାନ ଷଡଙ୍ଗୀ ପ୍ରମୁଖ ନିଜସ୍ୱ ମତ ଦେବା ସହ ସମସ୍ତ କଂଗ୍ରେସ କର୍ମୀ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଶ୍ରୀ ସାହୁ ତାଙ୍କ ନିଯୁକ୍ତି ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

yuvodaya
Leave A Reply

Your email address will not be published.