ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬, ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୯ : ଏବେ ଜିଲ୍ଲାରେ ୧୩୭ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୯ ଜଣ ଚିହ୍ନଟ ହୋଇଥିବା ତଥା ଏବେ ଜିଲ୍ଲାରେ ୧୩୭ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୨ ଜଣ, ୧୧ରୁ ଜଣେ, ୧୩ରୁ ଜଣେ ଓ ୮ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ଜଣେ, ୨ରୁ ଜଣେ, ୬ରୁ ଜଣେ, ୯ରୁ ୨ ଜଣ ଓ ୧୨ରୁ ୫ ଜଣ ନୂଆ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ତୁଷୁରା ଏନ୍‌ଏସି ୱାର୍ଡ ନଂ.୬ରୁ ଜଣେ, ବେଲପଡ଼ା ବ୍ଲକ ସିହିନୀ ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ ଚିଂଚେଡ଼ ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପ.ରୁ ୩ ଜଣ, ଲୋଇସିଂହା ବ୍ଲକ କୁସ୍‌ମେଲ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ପଣ୍ଡାମୁଣ୍ଡା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ଭଦ୍ରା ଗ୍ରା.ପ.ରୁ ଜଣେ ଓ ଟିଟିଲାଗଡ଼ ବ୍ଲକ ଜଗୁଆ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.