jayashree

ପୋଲିସ୍ ବେଶରେ ଡକାୟତି ଉଦ୍ୟମ ଘଟଣା : ଅସଲି ପୋଲିସ ପଞ୍ଝାରେ ପୁଣି ଦୁଇଜଣ ନକଲି ପୋଲିସ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଦୁଇଜଣ ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ଗତ ମାର୍ଚ୍ଚ ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସରକୁ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଥିଲା ପୋଲିସ୍ । ପୋଲିସକୁ ଦେଖି ଦୌଡ଼ି ପଳାଇବା ବେଳେ ପିଛା କରି ଦୁଇଜଣଙ୍କୁ ପୋଲିସ୍ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଗିରଫ ଦୁଇଜଣ ପୋଲିସ ଏଏସ୍ ଆଇ ପୋଷାକ ପିନ୍ଧି ନିଜକୁ ପୋଲିସ ସଜେଇ କିଛି ସ୍ଥାନୀୟ ଦୁର୍ବୃତ୍ତଙ୍କ ସହ ମିଶି ସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଓ ଲୋକମାନଙ୍କ ଠାରୁ ଡକାୟତି କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର କରୁଥିଲେ ବୋଲି ପୋଲିସ କହିଛି । ସେପଟେ ଦୁଇ ଫେକ୍ ପୋଲିସ୍ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର୍, ଗୋଟିଏ ଲୁହା ରଡ୍, ଦୁଇଟି ବେତ ଲାଠି, ଦୁଇହଳ ପୋଲିସ୍ ଡ୍ରେସ୍, ଗୋଟିଏ ଖେଳଣା ପିସ୍ତଲ୍, ସାତୋଟି ପୋଲିସ୍ ଟୋପି ସହ ବିଭିନ୍ନ ମାରଣାସ୍ତ୍ର ଜବତ୍ କରିଥିଲା ପୋଲିସ । କଟକ ଜିଲ୍ଲା ଚଣ୍ଡୀ ଛକ ଓ କନିକା ଛକ ଅଞ୍ଚଳର ଦୁଇଜଣ ନକଲି ପୋଲିସକୁ ଗିରଫ କରିଥିଲା ବାଲିଗୁଡ଼ା ପୋଲିସ । ୧ମାସ ପରେ ଘଟଣାରେ ସମ୍ପୃକ୍ତ ପୁଣି ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଏବେବି ଫେରାର ଥିବା ଜଣାପଡ଼ିଛି । ଗିରଫ ଦୁଇଜଣ ବାଲିଗୁଡ଼ା ଥାନା ତେମାଙ୍ଗି ଓ ସିନ୍ଦ୍ରିଗାଁ ଅଞ୍ଚଳର ସିଦ୍ଧାନ୍ତ ମଲ୍ଲିକ ଓ ସୁଦର୍ଶନ ବିନ୍ଧାଣୀ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.