କରୋନା ବିପର୍ଯ୍ୟୟ : ରେକର୍ଡ ଭାଙ୍ଗିଲା, ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ମାମଲା ୧ ଲକ୍ଷ ୧୫ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ : କରୋନା ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସମସ୍ତ ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ଦେଶରେ ଏକ ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୧,୧୫,୭୩୬ ନୂତନ କରୋନା ମାମଲା ଆସିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ଲୋକ ପ୍ରାଣ ହରାଇଛନ୍ତି । ତେବେ କରୋନାରୁ ୫୯,୮୫୬ ଜଣ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାପୂର୍ବରୁ ଏପ୍ରିଲ ୪ ରେ ଏକ ଲକ୍ଷ ତିନି ହଜାର ନୂଆ କରୋନା ମାମଲା ଆସିଥିଲା ।

Leave A Reply

Your email address will not be published.