ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ପାଇକମାଲ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଓଡିଶା ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତକୁ ଶୁକ୍ଲକୁ ତୀବ୍ର ବିରୋଧ କରାଯାଇଛି । ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ବିନୋଦ ବିହାରୀ ବିଶ୍ୱାଳଙ୍କ ନେତୃ‌ତ୍ୱରେ ପାଇକମାଲ ବ୍ଲକ କଂଗ୍ରେସ କମିଟି ଏକ ପ୍ରତିନିଧି ଦଳଙ୍କୁ ନେଇ ପାଇକମାଲ ବିଦ୍ୟୁତ ବିଭାଗ ଏସଡିଓ ପୁରନ୍ଦର ସାହୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ବିନୋଦ କାଲିଆ, ପ୍ରାଣବନ୍ଧୁ ଦାଶ, ଅ ‌ଶ୍ୱନୀ ପଟେଲ, ସୁରେନ୍ଦ୍ର ସାହୁ, ବିଜୟାନନ୍ଦ ପଟ୍ଟନାୟକ, ବୈବର୍ତ ପ୍ରଧାନ, ମହେନ୍ଦ୍ର ଖୁଣ୍ଟିଆ, ଚନ୍ଦୁଲାଲ ପ୍ରଧାନ ପ୍ରମୁଖ ଉପସ୍ଥିତ ହୋଇ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.