୨୪ ଘଣ୍ଟାରେ ୯୬ ହଜାର କରୋନା ସଂକ୍ରମଣର ନୂଆ ମାମଲା : ଗତକାଲି ରେକର୍ଡ ସଂଖ୍ୟାରେ ୪୩ ଲକ୍ଷ ଲୋକଙ୍କୁ ଦିଆଯାଇଥିବା ଟୀକା ଡୋଜ୍

ନୂଆଦିଲ୍ଲୀ : ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ଆଠ କୋଟିରୁ ଅଧିକ କରୋନା ଟୀକା ଦିଆଯାଇଛି। ଏହା ପରେ ବି ସଂକ୍ରମଣ ମାମଲା ଗୁଡ଼ିକର ଗତି ବନ୍ଦ ହେଉନାହିଁ । ବର୍ତ୍ତମାନ ଭାରତରେ ପ୍ରତିଦିନ ସର୍ବାଧିକ ସଂଖ୍ୟକ ମାମଲା ରେକଡର଼୍ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୬,୯୮୨ ନୂଆ କରୋନା ମାମଲା ସାମ୍‌ନାକୁ ଆସିଛି ଏବଂ ୪୪୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ କରୋନାରୁ ୫୦,୧୪୩ ଲୋକ ମଧ୍ୟ ସୁସ୍‌ସ୍ଥ ହୋଇଛନ୍ତି । ଗତକାଲି ଏକ ଲକ୍ଷ ତିନି ହଜାର ନୂଆ କରୋନା ମାମଲା ଆସିଥିଲା ।

ଗୋଟିଏ ସମୟ ଥିଲା ଯେତେବେଳେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମିବା ଆରମ୍ଭ କରିଥିଲା । ଚଳିତ ବର୍ଷ ଫେବୃଆରୀ ୧ ରେ ୮,୬୩୫ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିଲା । ଏହି ଦିନରେ କରୋନା ମାମଲା ଚଳିତ ବର୍ଷ ସର୍ବନିମ୍ନ ଥିଲା । ଦେଶରେ ବର୍ତ୍ତମାନ ପର୍ୟ୍ୟନ୍ତ କରୋନା ଜୀବାଣୁ ପାଇଁ ମୋଟ ୨୫ କୋଟି ୨ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୨ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା ।

Leave A Reply

Your email address will not be published.