ବିଶ୍ଵବନ୍ଦନୀୟ ମା’ତାରାତାରିଣୀଙ୍କ ଚୈତ୍ର ପର୍ବ ଯାତ୍ରା ଦ୍ୱିତୀୟ ପାଳି ମଙ୍ଗଳବାର ପାଇଁ ରୋକ ଲଗାଇଲେ ପ୍ରଶାସନ

ବ୍ର‌ହ୍ମପୁର, (କେ.ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଅବସ୍ଥାପିତ ପ୍ରସିଦ୍ଧ ତନ୍ତ୍ରପୀଠ ଆରାଧ୍ୟା ଦେବୀ ଜଗତ୍‌ଜନନୀ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ପର୍ବ ନେଇ ପ୍ରଶାସନ କଟକଣା ଜାରି ହୋଇଛି । ଏହି ଦିନରେ ଦର୍ଶନଭିଳାଷୀ ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମନ୍ଦିର ପରିସର ଓ ଏହାର ଆଖପାଖରେ କୌଣସି ପ୍ରକାର ଗୋଷ୍ଠୀ ସମୂହ ଭୋଜିଭାତର ଆୟୋଜନ ମଉଜ ମଜଲିସ କାର୍ୟ୍ୟ କିମ୍ବା ଶିଶୁ ରକ୍ଷା ଓ କଲ୍ୟାଣିର ଅଧିଷ୍ଠାତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ହେଉଥିବା ମାନସିକତାନେଇ ପିଲା ଛୁଆଙ୍କର ବାଳକଢା ଅବା ମୁଣ୍ଡନ କାର୍ୟ୍ୟ ପନ୍ଥାରେ ପ୍ରତିବନ୍ଧକ ଲଗାଇଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଯାହା ମୁଣ୍ଡନ କାର୍ୟ୍ୟ କରିପାରିବେ ନାହିଁ, ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଗିଦ କରି ଗଣମାଧ୍ୟମ ଜରିଆରେ କହିଛନ୍ତି କୋଭିଡ୍‌ ନିୟମାବଳୀକୁ ମାନି କେବଳ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଗଞ୍ଜାମ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ବି ସ୍ଥାନରେ ଜନଗହଳି କରିବାକୁ ପ୍ରଶୟ ଦିଆଯିବ ନାହିଁ । ଏପରିକି ଦଣ୍ଡବିଧାନଯାତ୍ରା ଯାତ୍ରାରେ ମଧ୍ୟ ଅଧିକା ଗହଳି କରାନ ଯିବା ଏବଂ ରାତ୍ରିକାଳୀନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ଆୟୋଜନ ହୋଇପାରିବ ନାହିଁ ବୋଲି କୋଭିଡ଼ ଗାଇଡ଼ ଲାଇନ ମାଧ୍ୟମ ସ୍ୱରୂପ ସୁଚାଇଛନ୍ତି । ଗଞ୍ଜାମ ଜିଲ୍ଲାପ୍ରଶାସନ( ସାଧାରଣ) ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.