ଗୀତିକାର ଗମ୍ଭୀର ବାଗ ବିଜେପି ଜିଲ୍ଲା ଏସସି ମୋର୍ଚ୍ଚା ଉପସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଅନୁସୂଚୀତ ଜନଜାତି (ଏସସି )ମୋର୍ଚ୍ଚାର ଜିଲ୍ଲା ଉପ ସଭାପତି ଭାବରେ ଗମ୍ଭୀର ବାଗକୁ ମନୋନୀତ କରାଯାଇଛି । ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଶାନ୍ତନୁ ନାଏକ ଜଣେ ଦକ୍ଷ ସଂଗଠକଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରିଥିବାରୁ ଅଂଚଳରେ ଖୁସି ଦେଖାଯାଇଛି । ଗମ୍ଭୀର ଜଣେ ଆଗଧାଡି କଳାକାର । ସେ ଜଣେ ସଂଗୀତ ନିର୍ଦ୍ଦେଶକ, ଗୀତିକାର ଓ ମଂଚ କଳାକାର । ଝାରବନ୍ଧ ଅଂଚଳରେ ତାଙ୍କର ସହଯୋଗିତାରେ ଝାରବନ୍ଧ ମହୋତ୍ସବ, ବିଶ୍ବଶାନ୍ତି ବ୍ରହ୍ମଯଜ୍ଞ, କଲେଜରେ ନାଟକ ପ୍ରତିଯୋଗିତା ହୋଇ ବେଶ୍ ଜନାଦୃତ ହୋଇଥିଲା । ମେଳାପୀ ପ୍ରକୃତି ଯୋଗୁଁ ତାଙ୍କର ଜନ ସଂପର୍କ ବୃଦ୍ଧି ପାଇଥିଲା ।ଉପ ସଭାପତି ଭାବରେ ମନୋନୀତ ହେଲା ପରେ ଭାରତୀୟ ଜନତା ପାର୍ଟିର ଜନ ସଂପର୍କ ବହୁତ ଜୋର୍‌ରେ ହେବ ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.