oom

ବିଜୁଳିି ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ଧାରଣା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟିର ଅହ୍ୱାନ କ୍ରମେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ଧାରଣା ଦିଆଯାଇଛି । ଏହି କ୍ରମେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ଏସ୍‌.ଇ. ଇଲେକ୍ଟ୍ରିକାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ନଗର କଂଗ୍ରେସ କମିଟି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ବାରମ୍ବାର ବିଜୁଳିର ଦରବୃଦ୍ଧି ନେଇ ରାଜ୍ୟ ସରକାର ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ତରଫରୁ କୁହାଯାଇଛି ଯେ, କରୋନା କାଳରେ ରାଜ୍ୟବାସୀ ନିଜର ଆର୍ଥିକ ସ୍ଥିତି ହରେଇ ବସିଛନ୍ତି । ଲୋକଙ୍କର ଦୈନନ୍ଦିନ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି । ଜନସାଧାରଣ ନିଜର ଅତ୍ୟାବଶ୍ୟକୀୟ ଖର୍ଚ୍ଚ ପାଇଁ ସଂଘର୍ଷ କରୁଥିବା ବେଳେ ସରକାରଙ୍କ ବିଜୁଳି ଦର ବୃଦ୍ଧି ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି । ଏଭଳି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦେୟରେ ବୃଦ୍ଧି ଘଟାଇଛି । ବିଶେଷତଃ ଟାଟା ବିଦ୍ୟୁତ ବିତରକ ସଂସ୍ଥା ବିତରଣ ଦାୟିତ୍ୱ ନେବା ପରେ ଗତ ୭ ମାସ ମଧ୍ୟରେ ଦୁଇ ଥର ବିଜୁଳିର ଦରବୃଦ୍ଧି ପାଇଛି । ଗତ ବର୍ଷରେ ୨୦ ପଇସା ଓ ଏବେ ଏପ୍ରିଲ ମାସ ପରେ ୩୦ ପଇସା ବୃଦ୍ଧି ପାଇ ସମୁଦାୟ ୫୦ ପଇସା ଦରବୃଦ୍ଧି ପାଇଛି । ଆହୁରି ଜଳ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ୟୁନିଟ ପିଛା ୩୦ ପଇସା । କିନ୍ତୁ ଉପଭୋକ୍ତଙ୍କୁ ବିଦ୍ୟୁତ ଶୁଳ୍କ ଏବଂ କର ମିଶାଇ ୨୦୦ ୟୁନିଟ ପିଛା ଟ.୫.୬୦ ପଇସା ଓ ୪୦୦ ୟୁନିଟ ବା ତଦୁର୍ଦ୍ଧ ବ୍ୟବହାରରେ ୟୁନିଟ ପିଛା ଟ.୬.୨୦ ପଇସା କଷାଯାଉଛି । ଯାହା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଗରିବ, ଚାଷୀ ତଥା ବିଦ୍ୟୁତ ବ୍ୟବହାରକାରୀ ଅଣୁ କ୍ଷୁଦ୍ର ଓ ମଧ୍ୟମ ଧରଣର ପ୍ରତିଷ୍ଠାନକୁ ପ୍ରଭାବିତ କରୁଛି । ତେଣୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଜିଲ୍ଲା କଂଗ୍ରେସ କମିଟି ଏହି ବର୍ଦ୍ଧିତ ଦରର ପ୍ରତିବାଦ କରିଛି । ରାଜ୍ୟସରକାର ଯଥାଶୀଘ୍ର ବର୍ଦ୍ଧିତ ଦର ପ୍ରତ୍ୟାହାର ନ କଲେ କଂଗ୍ରେସ କମିଟି ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାଇ ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଦିଲିପ ବେହେରା, ଉପ-ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଜିଲ୍ଲା କିଶାନ ସେଲ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ମୁଖ୍ୟ ଅଜୟ ବାଲି, ରାଜ୍ୟ ସଂପାଦକ ଉମାଶଙ୍କର ପଣ୍ଡା, ଲିଗାଲ ସେଲ ଅଧ୍ୟକ୍ଷ ଉମାକାନ୍ତ ସାହୁ, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଜୁଲୁ ପଟ୍ଟନାୟକ, ସାଂଗଠନିକ ସଂପାଦକ ସଂଜୟ କୁମାର ମିଶ୍ର, ଚିଣ୍ଟୁ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ବବିତା ସାହୁ, ସାଇନା ବେଗମ, ସବିତା ଶତପଥି, ବ୍ୟାସଦେବ ନନ୍ଦ, କୁଳମଣି ସାହୁ, ସରୋଜ ରଥ, ବ୍ରଜ ସେଠି, କୈଳାସ ମିଶ୍ର, ରବି ସାହୁ, ଅରବିନ୍ଦ ପରୁଆ, ଚନ୍ଦ୍ରମଣି ତ୍ରିପାଠି, ଲୋପନ ମିଶ୍ର, ବିରେନ୍ଦ୍ର ସାହୁ, ଅନ୍ତ ମଛଖଣ୍ଡ, ବିହାରି, ଅଖଣ୍ଡ ସେଠ, ଶୁଭଙ୍କର ତ୍ରିପାଠି, ସୁକଦେବ ସାହୁ, ସୁରେନ୍ଦ୍ର ଅଶ୍ୱପାଲ, ଅଜିତ ଉଦ୍‌ଗାତା, ସୁଦର୍ଶନ ମିଶ୍ର, ଟୁନା ସାହୁ, ଅମୁଲ୍ୟ ସେଠ, ଚୁନଚୁନି, ସନତ ପଟ୍ଟନାୟକ, ବିନୋଦ ସେଠି, ଅଭିଷେକ ଚନ୍ଦନ, ତୁଷାର କୁମ୍ଭାର, ଟିକଲ ପୁଟେଲ, ମୁଦୁଲି, ପବିତ୍ର ନେପାକ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.