oom

ଆଗଲପୁର ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ

jsmm

ଆଗଲପୁର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ରୋତ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା, ଆଗଲପୁର ବ୍ଲକର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ବ୍ଲକ ସଭାପତି ରଣଜିତ ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ବ୍ଲକ ସଭାପତି ବିଜୟ କୁମାର ବେହେରା, ମୁଖ୍ୟବକ୍ତା ଓଷ୍ଟା ରାଜ୍ୟ ପୂର୍ବତନ ସଭାପତି ପୁରନ୍ଦର ଦାଶ, ସମ୍ମାନିତ ଅତିଥି ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରି ପାଣିଗ୍ରାହୀ, ପୂର୍ବତନ ଓଷ୍ଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ବ୍ଲକ ପୂର୍ବତନ ସଭାପତି ଗୋପ କୁମାର ପଣ୍ଡା, ଜିଲ୍ଲା ସଭାପତି ଛାୟାକାନ୍ତ ସାହୁ, ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ, ବ୍ଲକ ଉପସଭାପତି ସଙ୍ଗୀତାଞ୍ଜଳି ମିଶ୍ର, ସ୍ଥାନୀୟ ପ୍ରଧାନ ଶିକ୍ଷକ ଚମରା ଚୈହାନ ଓ ବ୍ଲକ ସଂପାଦକ ତାରାକାନ୍ତ ମିଶ୍ର ଆଜି ତାଙ୍କର ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକର ୨୨ ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ନିଜର ମତ ତଥା ପ୍ରଦାନ କରିଥିଲେ । ସଭା ପରେ ଆଗାମୀ ୩ ବର୍ଷ ପାଇଁ ବ୍ଲକ ଓଷ୍ଟାର ବିଭିନ୍ନ କର୍ମକର୍ତ୍ତା ଚୟନ ହୋଇଥିଲେ । ସଭାପତି ଚମରା ଚୈାହାନ, ଉପସଭାପତି ସଙ୍ଗୀତାଞ୍ଜଳି ମିଶ୍ର, ଅଶୋକ କୁମାର ମିଶ୍ର, ଆନନ୍ଦ ଚନ୍ଦ୍ର ସାହୁ, ସଂପାଦକ ତାରାକାନ୍ତ ମିଶ୍ର, ଯୁଗ୍ମ ସଂପାଦକ ଅମୂଲ୍ୟ କୁମାର ବେହେରା, ପ୍ରଶାନ୍ତ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ବିଦ୍ୟା ସାଗର ସିଂଦେଓ, ରାଜ୍ୟ ପରିଷଦ ସଭ୍ୟ ଗୋବିନ୍ଦ ସାହୁ, ଶ୍ରୀବତ୍ସ ଭୋଇ, ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱେଶ୍ୱର ସାହୁ, ଶଙ୍କର ବିଶ୍ୱାଲ, ଅଚ୍ୟୁତ ପଧାନ, ସନ୍ତୋଷ କୁମାର ସାହୁ, ଜୟ ପ୍ରକାଶ ସାହୁ, ସଭାରେ ଜିଲ୍ଲା ଯୁଗ୍ମ ସଂପାଦକ ତରଣୀସେନ ପଧାନ, ଅବନୀ କୁମାର ତ୍ରିପାଠୀ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ହେମନ୍ତ କୁମାର ବାରିକ, ଲୋଇସିଂହା ବ୍ଲକ ସଂପାଦକ ସାରଥୀ ସାହୁ ମଧ୍ୟ ଉପସ୍ଥିତ ଥିଲେ । ସଭାରେ ଅତିଥି ପରିଚୟ ଉମାକାନ୍ତ ପୁଟେଲ ଓ ଧନ୍ୟବାଦ ଅର୍ପଣ ଅମୁଲ୍ୟ ବେହେରା କରିଥିଲେ ।

jittmm
Leave A Reply

Your email address will not be published.