ଓସିଏ ଭିଜନ ୨୦୨୪ : ନବକିଶୋର ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ନବକିଶୋର ଦଳ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ନବକିଶୋର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୪୫.୫ ଓଭରରେ ସମସ୍ତ ୱିକେଟ ହରାଇ ୧୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ତରଫରୁ ଧର୍ମେନ୍ଦ୍ର ମିଶ୍ର ଓ ସନ୍ତୋଷ ମିଶ୍ର ସର୍ବାଧିକ ୨୬ ରନ ଲେଖାଏଁ ସଂଗ୍ରହ କରିଥିଲେ । ନବକିଶୋର ଦଳ ତରଫରୁ ଗୋଲକ ବିହାରୀ ସିଂ ଦେଓ ୫ଟି ଓ ବାବୁଲୁ ସେଠି ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୭୨ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ନବକିଶୋର ଦଳ ୨୬.୩ ଓଭରେ ୩ ‌ୱିକେଟ ହରାଇ ୧୭୬ ରନ ସଂଗ୍ରହ କରି ଏହି ମ୍ୟାଚରେ ୭ ‌ୱିକେଟରେ ବିଜୟୀ ହୋଇଥିଲେ । ନବକିଶୋର ଦଳ ତରଫରୁ ବାବୁଲୁ ସେଠୀ ଅପରାଜିତ ୧୨୫ ରନ୍ ଓ ପୁରୁଷୋତ୍ତମ ଅପରାଜିତ ୧୬ ରନ୍ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ତରଫରୁ ପୁର୍ଣ୍ଣଚନ୍ଦ୍ର ବଗର୍ତ୍ତି ୨ ଟି ଓ ଧର୍ମେନ୍ଦ୍ର ମିଶ୍ର ଗୋଟିଏ ‌ୱିକେଟ ଅକ୍ତିଆର କରିଥିଲେ । ନବକିଶୋର ଦଳର ବାବୁଲୁ ସେଠୀଙ୍କୁ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ସମୀର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସୁଭମ ନାଏକ ଓ ସ୍ୱାଗତ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.