jayashree

‘ନୀଳିମା ରାଣୀ-ମୋ ମାଆ, ମୋ ଗୁରୁ’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ମହାମହିମ ଉପରାଷ୍ଟ୍ରପତିଙ୍କ ଭାଷଣ

ଭୁବନେଶ୍ୱର, (ପିଆଇବି) :
ଭାଇ ଓ ଭଉଣୀମାନେ,
ଜଣେ ମାଆର କାହାଣୀ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ କରିବାକୁ ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଖୁବ୍ ଆନନ୍ଦିତ । ସାଧାରଣତଃ ଆମେ ମହାନ୍ ନେତା, ଉଦ୍ୟୋଗପତି ଓ ଉଦ୍ଭାବକଙ୍କ ଜୀବନୀ ପାଠ କରିଥାଉ । ମାତ୍ର ଆଜି ଆମେ ଜଣେ ମାଆର ଜୀବନୀ ଉନ୍ମୋଚନ କରୁଛୁ, କାରଣ ମାଆଟିଏ ତା’ର ଲାଳନପାଳନ ଓ ମୂଲ୍ୟବୋଧ ଶିକ୍ଷା ଦ୍ୱାରା ଜଣେ ପୁରୁଷ ବା ମହିଳାକୁ ମହାନ୍ କରି ଗଢି ତୋଳିଥାଏ । ଏହି ପରିପ୍ରେକ୍ଷୀରେ ମୁଁ ଡକ୍ଟର ଅଚ୍ୟୁତ ସାମନ୍ତ ମହାଶୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଡକ୍ଟର ସାମନ୍ତ ତାଙ୍କ ଜୀବନ ସଂଗ୍ରାମ ଓ ସଫଳତାର ସମସ୍ତ ଶ୍ରେୟ ତାଙ୍କ ସ୍ୱର୍ଗୀୟ ମାଆ ଶ୍ରୀମତୀ ନୀଳିମାରାଣୀ ମହୋଦୟାଙ୍କୁ ଦିଅନ୍ତି ।

ବନ୍ଧୁଗଣ,
ଯେତେବେଳେ ମୁଁ ବହିର ପୃଷ୍ଠା ଓଲଟାଇଲି, ସେତେବେଳେ ସେଇ ମାଆ ପ୍ରତି ମୋର ମଥା ସମ୍ମାନରେ ନତମସ୍ତକ ହୋଇଗଲା, ଯିଏ ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏକୁଟିଆ ତା’ର ସାତଟି ସନ୍ତାନକୁ ଲାଳନପାଳନ କରିବା ପାଇଁ ସଂଗ୍ରାମ କରିଥିଲା । ଉତ୍କଟ ଦାରିଦ୍ର୍ୟ ଓ ସମ୍ବଳ ଅଭାବ ସତ୍ୱେ ସେ ତାଙ୍କର ସମସ୍ତ ପିଲା ଉତମ ଶିକ୍ଷା ପ୍ରାପ୍ତ କରି ସୁନାଗରିକ ହେବା ସୁନିଶ୍ଚିତ କରିଥିଲେ । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପିତାଙ୍କ ବିୟୋଗ ସମ୍ପର୍କିତ ବର୍ଣ୍ଣନା ଜାଣି ମୁଁ ସ୍ତମ୍ଭୀଭୂତ ହୋଇଗଲି ।

ଜୀବନରେ ଦୟନୀୟ ଅବସ୍ଥା ସତ୍ୱେ ଶ୍ରୀମତୀ ନିଳୀମା ରାଣୀ ମହୋଦୟା ମାନବିକତାକୁ ପ୍ରାଧାନ୍ୟ ଦେଇ ସମାଜର ଗରିବ ଓ ନିଷ୍ପେସିତଙ୍କ ଉତଥାନ ପାଇଁ କାର୍ୟ୍ୟ କରି ଚାଲିଥିଲେ । ମୁଁ ଜାଣି ଖୁସି ହେଲି ଯେ ସେ ତାଙ୍କ ପିଲାମାନଙ୍କ ସହାୟତାରେ ତାଙ୍କର ନିଜ ଗାଁ କଲରାବାଙ୍କକୁ ଦେଶର ଏକ ସ୍ମାର୍ଟ ଗ୍ରାମରେ ପରିଣତ କରିପାରିଛନ୍ତି ।
ଏହା ଖୁବ୍ ଉତ୍ସାହବର୍ଦ୍ଧକ ।

ମୋର ସମସ୍ତ ସଫଳ ପୁରୁଷ ଓ ମହିଳାଙ୍କୁ ନିବେଦନ ଯେ ସେମାନେ କେବେ ମଧ୍ୟ ନିଜର ମୂଳକୁ ଭୁଲିବା ଅନୁଚିତ । ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି ଆପଣ ସବୁବେଳେ ଆପଣଙ୍କ ମାଆ, ମାତୃଭୂମି ଓ ଜନ୍ମଭୂମିକୁ ମନେ ରଖିବା ଉଚିତ । ଏକ ଖୋଲାମନରେ ଆମେ ଗ୍ରାମରେ ରହୁଥିବା ଆମ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ଉଚିତ । ଏହା ହିଁ ଉନ୍ନତ ଭାରତ ଗଠନରେ ଦେଶକୁ ଆଗେଇ ନେବ ।

ମୁଁ ପୁଣି ଥରେ ଡକ୍ଟର ଅଚ୍ୟୁତ ସାମନ୍ତ ମହାଶୟଙ୍କୁ ଏହି ମହତ୍ କାର୍ୟ୍ୟ ପାଇଁ ଅଭିନନ୍ଦନ ଜଣାଉଛି । ଆହୁରି ଅନେକଙ୍କୁ ସେମାନଙ୍କ ମାଆଙ୍କ ଜୀବନ ଓ କାହାଣୀ ରଚନା କରିବାରେ ଏହି ପୁସ୍ତକ ଅନୁପ୍ରାଣିତ କରିବ ବୋଲି ମୁଁ ଆଶା କରୁଛି ।

ଧନ୍ୟବାଦ । ଜୟହିନ୍ଦ୍ ।

Leave A Reply

Your email address will not be published.