jsm

ପାଇକମାଲ ମଣ୍ତଳ ପରିବର୍ଦ୍ଧିତ କାର୍ଯ୍ୟକାରିଣୀର ପ୍ରଥମ ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି, ପାଇକମାଲ ମଣ୍ତଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନୃସିଂନାଥ ସ୍ଥିତ ଆଇଓସିଏଲ୍‌ ଗେଷ୍ଟ ହାଉସ ଠାରେ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲ, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁଙ୍କ ସମେତ କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଯୋଗେନ୍ଦ୍ର ଭୋଇ, ପାଇକମାଲ ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀ, ହରିଜନ ମୋର୍ଚ୍ଚା ସଭାପତି ଚକାନନ ସେଠ, ଆଦିବାସୀ ମୋର୍ଚ୍ଚା ସଭାପତି ଯଦୁମଣି ଭୋଇ ମଞ୍ଚାସୀନ ଥିଲେ । ସଭା ଆରମ୍ଭରେ ଦୀପ ପ୍ରଜ୍‌ଜ୍ୱଳନ ସହ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ବକ୍ତାମାନେ ସାଗଠନିକ କାର୍ଯ୍ୟକ୍ରମ, ପଞ୍ଚାୟତ ନିର୍ବାଚନ, ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ମଣ୍ତଳ ସାଧାରଣ ସଂପାଦକ ଇନ୍ଦ୍ରଜିତ ଭୋଇ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ଯୋଗେନ୍ଦ୍ର ଭୋଇ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଶେଷରେ ଅନ୍ୟତମ ସାଧାରଣ ସଂପାଦକ ପିତବାସ ସାହୁଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ସଭାପତି ସଭାକାର୍ଯ୍ୟ ଶେଷ କରିବାକୁ ଅନୁମତି ଦେଇଥିଲେ ।

yuvodaya
Leave A Reply

Your email address will not be published.