oom

ମାଣ୍ତୋସିଲ ମଣ୍ଡଳ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ମଣ୍ତଳର ମାଣ୍ଡୋସିଲ ଗ୍ରାମରେ ମଣ୍ତଳ ସଭାପତି ସଂଜୟ ବେହେରାଙ୍କ ସଭାପତି‌ତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଝାରବନ୍ଧ ବ୍ଲକ ପୂର୍ବତନ ମଣ୍ଡଳ ସଭାପତି ଡା ଲମ୍ବୋଦର ପଣ୍ତା, ବରିଷ୍ଠ ବିଜେପି ନେତା ଦୁର୍ଗାପ୍ରସାଦ ଅଗ୍ରୱାଲ ଅତିଥି ଭାବରେ ଯୋଗ ଦେଇ ଭାରତୀୟ ଜନତାପାର୍ଟି ସଂଗଠନ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ମାଣ୍ଡୋସିଲ ମଣ୍ତଳ ସାଧାରଣ ସଂପାଦକ ନରୋତ୍ତମ ଦାଶ ସଭାକାର୍ଯ୍ୟ ପରିଚାଳନାରେ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଲଲିତ ଜଗତ । ଉକ୍ତ ବୈଠକରେ ମାଣ୍ଡୋସିଲ ମଣ୍ତଳ ବରିଷ୍ଠ କାର୍ଯ୍ୟକର୍ତ୍ତା ବିରଞ୍ଚି ବେହେରା, ମଙ୍ଗନ ବରିହା, ରୂପଧର ପାଣ୍ତେ, ଲଳିତ ମୋହନ ପୁରୋହିତ, ହେମନ୍ତ ବି‌ଶ୍ୱାଳ, ନିରାକାର ରଣା, କୁଳମଣି ବେହେରା, କୈଳାସ ଦାଶ, ଭଗବାନ ତାଣ୍ତି, ମାଧବ ରଣା, ଗୋବିନ୍ଦ ବନଛୋର, ପୂର୍ବତନ ମଣ୍ଡଳ ସଭାପତି ସୁବାଷ ରଣା, ନାରୀ ନେତ୍ରୀ ପୁଷ୍ପାଞୀଳି କାରେ, ମାଇନୋରିଟି ମୋର୍ଚ୍ଚା ସଭାପତି ସେକଅଳ୍ଳି ମହମ୍ମଦ କୁରେସି, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ବେଣୁଧର ବେହେରା, ଗଜାନନ ପଟେଲ, ଜଗବନ୍ଧୁ ହାତୀ, ସୌମ୍ୟରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଭାକାର୍ଯ୍ୟଟିକୁ ମାଣ୍ଡୋସିଲ ମଣ୍ତଳ ସାଧାରଣ ସମ୍ପାଦକ ଲବାନ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.