csstore

କଳାହାଣ୍ଡିରେ କଳାପତାକା ଦେଖାଇ ଉତ୍କଳ ଦିବସକୁ ବିରୋଧ କଲେ କୋଶଲ ସଂଗ୍ରାମୀ

କଳାହାଣ୍ଡି, (ଭାରତ ବିଶି) : ଉତ୍କଲ ଦିବସରେ କଳାପାତକା ଦେଖାଇଲେ କଳାହାଣ୍ଡି କୋଶଲ ସଂଘ । ସୁବାଷ ବଗର୍ତ୍ତି, ପପୁ ସେନାପତି, ଦାମୋଦର ବର୍ଗତ୍ତି, ଦୁଷ୍ମନ୍ତ ସାହୁ, ନିତେଶ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି କଳାଦିବସ ପାଲନ କରିଛନ୍ତି । ପଶ୍ଚିମାଞ୍ଚଳର ୧୦ ଜିଲ୍ଳା ଆଉ ଗୋଟେ ବ୍ଳକର କୋଟି ପାଖାପାଖି ଜନବସତି ଅଞ୍ଚଳବାସୀଙ୍କ ପ୍ରତି ସବୁବେଳେ ଓଡ଼ିଶା ସରକାର ବୈମାତୃକ ମନୋଭାବ ସାନ ଭାଇର ଭାଗ ବି ଦଉନଥିବା ସହ ଭାଷା ସଂସ୍କୃତି ସଭ୍ୟତାକୁ ସବୁବେଳେ ଅତ୍ୟାଚାର କରାଯାଉଛି। ଯେତେବେଳେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । କଲିଙ୍ଗ, ଉତ୍କଳ, କୋଶଳ ଭୁଖଣ୍ଡ କୁ ନେଇ ଗଠିତ କିନ୍ତୁ କୋଶଲ ର ନାଁ ମଧ୍ୟ ଇତିହାସ ରେ ସ୍ଥାନ ଦେଲେ ନାହିଁ, କି ଆମର ପରମ୍ପରାକୁ ମଧ୍ୟ ସମ୍ମାନ ଦେଲେ ନାହିଁ, ଆଉ ସବୁବେଳେ ଉତ୍କଲ, କଲିଙ୍ଗ ସଂସ୍କୃତିକୁ ଲଦି ଦିଆଯାଇଛି । ବୋଲି ସଂଗ୍ରାମୀ ମାନଙ୍କ ମଧ୍ୟରେ କ୍ଷୋବ ପ୍ରକାଶ ପାଇବା ସହ ଚେତାବନୀ ମଧ୍ୟ ଦେଇଥିଲେ । ଆଗକୁ ସରକାର ଯଦି ସଚେତନ ନ ହୁଏ ଆନ୍ଦୋଳନ ତିବ୍ର ହେବା ସହ କୋଶଲ ରାଜ୍ୟ ପାଇଁ ଲଢେଇ ହବ।

jayashree
Leave A Reply

Your email address will not be published.